ମାତୃତ୍ବ ଲାଭ କଲେ ମହିଳା ଟେନିସ ଖେଳାଳି ଆଞ୍ଜେଲିକ୍ କର୍ବର
ବର୍ଲିନ : ମାତୃତ୍ବ ଲାଭ କଲେ ପୂର୍ବତନ ଏକ ନମ୍ବର ମହିଳା ଟେନିସ ଖେଳାଳି ଆଞ୍ଜେଲିକ୍ କର୍ବର । ୩ ଥରର ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ କର୍ବର ସାମାଜିକ ଗଣମାଧ୍ୟମରେ ନିଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେ ନବଜାତକ ଶିଶୁ କନ୍ୟାର ହାତକୁ ତାଙ୍କ ସାଥୀ ଫ୍ରାଙ୍କୋ ବିଆନ୍କୋ ଧରି ଥିବାର ଏକ ସୁନ୍ଦର ଫଟୋକୁ ଟ୍ବିଟର୍ରେ ଛାଡ଼ିଛନ୍ତି।
ଏହାର ଶିରୋନାମାରେ କର୍ବର ଲେଖିଛନ୍ତି ଯେ ‘‘ଆମ ପରିବାର ଲିଆନାଙ୍କୁ ସ୍ବାଗତ କରୁଛି। ତୁମ ସହିତ ରହିବାର ସୁନ୍ଦର ଅନୁଭବ ମିଳିବ। ଯାହାକୁ ଆମେ କଳ୍ପନା କରିନଥିଲୁ’’। ଗତ ବର୍ଷ ଅଗଷ୍ଟରେ କର୍ବର ଗର୍ଭବତୀ ଥିବା ସୂଚନା ଦେଇଥିଲେ। ଏଥିପାଇଁ ସେ ୨୦୨୨ ୟୁଏସ୍ ଓପନ୍ ଓ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିନଥିଲେ।
