ବାକି ଟଙ୍କା ମାଗିବାରୁ ହୋଲସେଲରଙ୍କୁ ସଙ୍ଘବଦ୍ଧ ଆକ୍ରମଣ
ସୋର : ସୋର ମ୍ୟୁନିସିପାଲିଟି ଅଧୀନ ବଡଖୁରୀ ଛକରେ ଜଣେ ବ୍ୟବସାୟୀଙ୍କୁ ସଙ୍ଗବଦ୍ଧ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ସୋର ପୌରପାଳିକା ଅନ୍ତର୍ଗତ କମରପୁର ଗାଁର ରବୀନ୍ଦ୍ର ଧଡ଼ା ଦୀର୍ଘଦିନ ହେବ ପ୍ଲାଷ୍ଟିକ ‘ର୍ଣ୍ଣିଚର ହୋଲସେଲିଙ୍ଗ କରୁଥିଲେ । ପଶ୍ଚିମବଙ୍ଗ ଅଞ୍ଚଳର ଦେବାଶିଷ ଜେନା, ଲକ୍ଷ୍ମୀକାନ୍ତ ଓଝା, ବଙ୍କିମ ଓଝା, ଜୟନ୍ତ ସେନାପତି ଓ ଶଙ୍କର ମାଝୀ ତାଙ୍କ ଠାରୁ ଜିନିଷ ନେଇ ବାଇକରେ ୠାଁ ଗାଁ ବୁଲି ବ୍ୟବସାୟ କରନ୍ତି । ସେମାନଙ୍କ ମ୍ମରୁ ଦେବାଶିଷ ରବୀନ୍ଦ୍ରଙ୍କ ନିକଟରେ ଲକ୍ଷାଧିକ ଟଙ୍କା ବାକି ରଖି ଅନ୍ୟ ବ୍ୟବସାୟୀଙ୍କ ଠାରୁ ମାଲ ଆଣି ବ୍ୟବସାୟ କରୁଥିବାରୁ ଆଜି ସକାଳେ ରବୀନ୍ଦ୍ର ଦେବାଶିଷ ଜେନାକୁ ବାକି ଟଙ୍କା ମାଗିଥିଲେ । ‘ଳରେ ଉଭୟଙ୍କ ମ୍ମରେ ବଚସା ହେବାରୁ ଦେବାଶିଷଙ୍କ ସହ ଅନ୍ୟ ୪ଜଣ ମିଶି ରବୀନ୍ଦ୍ରଙ୍କୁ ମାଡ଼ ମାରିଥିଲେ । ଦେବାଶିଷ ଏବଂ ବଂକିମ ଏକ ବଡ଼ ପଥରରେ ରବୀନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିବା ‘ଳରେ ସେ ଗୁରୁତ୍ତର ଆହତ ହୋଇ ପଡିରହିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ । ଏନେଇ ରବୀନ୍ଦ୍ରଙ୍କ ପତ୍ନୀ ନମିତା ସୋର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୋଗ ମୂଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
