ଭୟ ସୃଷ୍ଟି କଲାଣି କରୋନାର ଚତୁର୍ଥ ଲହର! ଡେଲଟା ଠାରୁ ହୋଇପାରେ ଭୟଙ୍କର
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ପ୍ରକୋପ କମିବାରେ ଲାଗିଛି । କରୋନାର ପ୍ରକୋପ କମିବା ପରେ ସବୁ କିଛି ସହଜ ହେବାରେ ଲାଗିଛି । ଧିରେ ଧିରେ ସ୍କୁଲ, କଲେଜ ଓ କାର୍ଯ୍ୟାଳୟ ଖୋଲିବା ଆରମ୍ଭ କରିଲାଣି । ଏହା ମଧ୍ୟରେ କରୋନାର ଚତୁର୍ଥ ଲହର ଚିନ୍ତା ବଢ଼ାଇଲାଣି । ଓମିକ୍ରନ ଶେଷ ପ୍ରକାର ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବରୁ ଚେତବାନୀ ଦେଇଥିଲା ।
ଆଗକୁ ଆହୁରି କରୋନାର ନୂଆ ନୂଆ ଭାରିଆଣ୍ଟ ଆସିବା ନେଇ ମଧ୍ୟ କୁହାଯାଇଥିଲା । ଏବେ ଆଗକୁ ଆସୁଥିବା ଚତୁର୍ଥ ଲହର କେତେ ବିପଜ୍ଜନକ ହୋଇପାରେ ତାହା ବର୍ତ୍ତମାନ ବିଶେଷଜ୍ଞମାନେ କହିଛନ୍ତି । କୋଭିଡର ପରବର୍ତ୍ତିୀ ଲହର ଆଲଫା କିମ୍ବା ଡେଲଟା ଠାରୁ ଭୟଙ୍କର ହୋଇପାରେ । ଏହାପୂର୍ବରୁ, ଆଇଆଇଟି କାନପୁରର ବୈଜ୍ଞାନିକମାନେ ଗଣନା କରିଛନ୍ତିଯେ, କରୋନାର ପରବର୍ତ୍ତିୀ ଲହର ମେ ଏବଂ ଜୁନ୍ ମଧ୍ୟରେ ଆସିବ । ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ କରୋନା ଆମ ମଧ୍ୟରେ ରହିଛି । ଏହାର ପ୍ରକାରଗୁଡ଼ିକ ଆସିବ ଆଉ ଯିବ ।
