ବ୍ରାଉନସୁଗାର ବେପାର ଅଭିଯୋଗରେ ବାପା ଓ ପୁଅ ଗିରଫ
ଭୁବନେଶ୍ୱର : ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି କଟକ କମିଶନରେଟ୍ ପୋଲିସ । ଏହି ମାମଲାରେ ପୋଲିସ ସମ୍ପୃକ୍ତ ବାପା ଓ ପୁଅ ଦୁଇଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ ବ୍ରାଉନସୁଗାର ବେପାର କରୁଥିବା ନେଇ ପୋଲିସ ଗୁପ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଥିଲା । ଜଗତସିଂହପୁର ଅଞ୍ଚଳରୁ ଆସି କଟକରେ ବାପା ଓ ପୁଅ ବେପାର କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି ।
