ଫ୍ୟାଟଲକ୍ସ ପ୍ରିମିୟର ଲିଗ୍ ଉଦ୍ଯାପିତ : ମହାବୀର ୟୁନାଇଟେଡ ଚମ୍ପିଆନ
ନୀଳଗିରି : ନୀଳଗିରି କେ.ସି. ହାଇସ୍କୁଲ ପଡ଼ିଆରେ ଚାଲିଥିବା ଫ୍ୟାଟଲକ୍ସ କ୍ଲବ ଆନୁକୂଲ୍ୟରେ କ୍ରିକେଟ ପ୍ରିମିୟର ଲିଗ୍ ଆଜି ଉଦଯାପିତ ହୋଇଯାଇଛି । ଉଦ୍ଯାପିତ ଦିବସର ଫାଇନାଲ ମ୍ୟାଚରେ ତାରିଣୀ କେୟାର ଫାଇଟର୍ସ୍ ଓ ମହାବୀର ୟୁନାଇଟେଡ ମଧ୍ୟରେ ୧୨ ଓଭର ବିଶିଷ୍ଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
ପ୍ରଥମେ ବ୍ୟାଟିଂ କରି ମହାବୀର ୟୁନାଇଟେଡ ୧୩୧ ରନ ର ବିଶାଳ ଲକ୍ଷ୍ୟ ତାରିଣୀ କେୟାର ଫାଇଟର୍ସ ଆଗରେ ରଖିଥିଲା । ତାରିଣୀ କେୟାର ଫାଇଟର୍ସ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ପ୍ରଥମରୁ ସଂଘର୍ଷ କରିଥିଲା ବେଳେ ଶେଷ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିବାରେ ଅସମର୍ଥ ହୋଇଥିଲା । ଯାହାକି ମହାବୀର ୟୁନାଇଟେଡ ୨୨ରନରେ ବିଜୟ ହାସଲ କରି ଚମ୍ପିଆନ ଅର୍ଜନ କରିଥିଲା । ଏହି ଉଦ୍ଯାପନୀ ମ୍ୟାଚକୁ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଉଦ୍ଘାଟନ କରିଥିଲେ । ସେହିପରି ପୁରସ୍କାର ବିତରଣ ଉତ୍ସବରେ ପୂର୍ବତନ ରଣଜୀ ଖେଳାଳୀ ତଥା ଅଣ୍ଡର ୧୯ ଟିମ୍ର ଚୟନକର୍ତା ସୁଧିପ ବିଶ୍ୱାଳ ଯୋଗ ଦେଇ ଚମ୍ପିୟାନ ଟିମ୍କୁ ଏକ ଲକ୍ଷ ଟଙ୍କା ଓ ରନସଅପ ଟିମ୍କୁ ୬୦ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଂଟକୁ ଫ୍ୟାଟଲକ୍ଟ କ୍ଲବର ସଭାପତି ଉଦୟଜ୍ୟୋତି ମହାନ୍ତି, ସମ୍ପାଦକ ସବ୍ୟସାଚୀ ମହାପାତ୍ର, ସଦସ୍ୟ ଶିଶିର ରାଉତ ସୁରଂଜନ ମହାପାତ୍ର, ଭାସ୍କର ବିଶ୍ୱାଳ, ରାଜୀବ ମହାପାତ୍ର, ବ୍ରଜକିଶୋର ପାଣି, ବିଜୟ କୁମାର ଲେଙ୍କା, ସଂଜୀବ ମହାପାତ୍ର, ଓ ସମସ୍ତ ସହଯୋଗ କରିଥିଲେ । ଆଜିର ଖେଳକୁ କୁମାର ରାୟ ଓ ଜଗନ୍ନାଥ ଦାଶ ପରିଚାଳନା କରିଥିଲେ ।
