କୃଷି ଆଇନ ବିରୋଧରେ ପ୍ରତିବାଦ ଜାରି ରଖିବାକୁ ପ୍ରତିଜ୍ଞା ନେଲେ କୃଷକସମୂହ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୁଜାଫରନଗରରେ କିଷାନ ମହା ପଞ୍ଚାୟତ (ସମ୍ମିଳନୀ) ଅନୁଷ୍ଠିରେ ହୋଇଛି । ଏଥିରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ ଚାଲୁ ରଖିବା ଲାଗି ପ୍ରତିବାଦକାରୀ କୃଷକମାନେ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି। ସେମାନେ (କେନ୍ଦ୍ର ସରକାର) କହିଲେ, ମାତ୍ର ସ୍ୱଳ୍ପ ସଂଖ୍ୟକ କୃଷକ ପ୍ରତିବାଦ କରୁଛନ୍ତି। ସେମାନଙ୍କ ସଂଖ୍ୟା କେତେ ନଗଣ୍ୟ ହେଲାଣି ସେମାନେ ଦେଖନ୍ତୁ।
ଆଜିର ପ୍ରତିବାଦ ସଭାରେ ଯୋଗ ଦେଇଥିବା ‘ରାଷ୍ଟ୍ରୀୟ ଲୋକ ଦଳ’ର ଜୟନ୍ତ ଚୌଧୁରୀ ଟୁଇଟ୍ କରି କହିଛନ୍ତି, ସମବେତ କୃଷକମାନଙ୍କ ଉପରେ ହେଲିକପ୍ଟର୍ରୁ ପୁଷ୍ପ ପାଖୁଡ଼ା ବୃଷ୍ଟି କରିବା ଲାଗି ପ୍ରଶାସନ ଅନୁମତି ଦେଲାନାହିଁ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଗୁଡ଼ାଏ ଫୁଲମାଳ ପିନ୍ଧାଇ ଲୋକେ ମୋ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କଲେ। ସେମାନଙ୍କ ଉପରେ ପୁଷ୍ପ ପାଖୁଡ଼ା ବୃଷ୍ଟି କରି ଅଭିନନ୍ଦନ ଓ ସ୍ବାଗତ ଜଣାଇବକୁ ଆମେ ଚାହୁଁଥିଲୁ। ‘ଡିଏମ୍’, ‘ଏଡିଜି’, ‘ସିଟି ମାଜିଷ୍ଟ୍ରେଟ୍’, ‘ପ୍ରିନ୍ସିପାଲ୍ ସେକ୍ରେଟେରି’ ‘ମୁଖ୍ୟମନ୍ତ୍ରୀ’ ଆଦି ସମସ୍ତଙ୍କୁ ସୂଚନା ଦିଆଯାଇଥିଲା, କିନ୍ତୁ ସେମାନେ ଅନୁମତି ଦେଲେ ନାହିଁ। କୃଷକମାନଙ୍କୁ ସମ୍ମାନ ଦେଲେ ସରକାରଙ୍କ ଉପରେ କି ବିପତ୍ତି ପଡ଼ିବ? ପ୍ରତିବାଦ ଆରମ୍ଭ ହେବା ଠାରୁ ୯ ମାସ ମଧ୍ୟରେ ଏହା ସର୍ବବୃହତ୍ ବୋଲି ଆୟୋଜକମାନେ ଦାବି କରୁଥିବା ଏହି ‘ମହାପଞ୍ଚାୟତ’ରେ ଯୋଗ ଦେବା ଲାଗି ହାପୁର, ବୁଲନ୍ଦସର, ଆଲିଗଡ଼ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ କୃଷକମାନେ ଆସିଥିଲେ। କୃଷି ଆନ୍ଦୋଳନକୁ ନେତୃତ୍ବ ଦେଉଥିବା ୪୦ଟି କୃଷକ ସଙ୍ଗଠନର ମିଶ୍ରଣରେ ସୃଷ୍ଟ ‘ସାମ୍ମୁଖ୍ୟ କିଷାନ୍ ମୋର୍ଚା’ କହିଛି , ସବୁ ଜାତି, ଧର୍ମ, ରାଜ୍ୟ, ବର୍ଗ, କ୍ଷୁଦ୍ର ବ୍ୟବସାୟୀ ଏବଂ ସମାଜର ସବୁ ଶ୍ରେଣୀରୁ ଆନ୍ଦୋଳନ ସମର୍ଥନ ପାଉଛି ବୋଲି ‘ମହାପଞ୍ଚାୟତ’ ପ୍ରମାଣ କରିବ।


