ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଫରହାନ୍-ଶିବାନୀ
ମୁମ୍ବାଇ : ଆଜି ପଡିବ ଫରହାନ୍-ଶିବାନୀଙ୍କ ହାତଗଣ୍ଠି | ସରିଲା ମେହେନ୍ଦୀ, ହଳଦୀ ଓ ସଙ୍ଗୀତ ସେରେମୋନି | ଖଣ୍ଡାଲା ଫାର୍ମହାଉସରେ ଲଙ୍ଗ ଟାଇମ୍ ଗାର୍ଲଫ୍ରେଣ୍ଡଙ୍କୁ କରିବେ ବିବାହ ଫରହାନ୍ | ଆଜି ବଲିଉଡ଼ର ଏହି ଲଭ ବାର୍ଡସ ସବୁଦିନ ପାଇଁ ସାତ ଜନ୍ମର ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିରେ ତାଙ୍କର କେବଳ ପୁରା ପରିବାର ଏବଂ ନିକଟତର ବନ୍ଧୁ ସାମିଲ ରହିବେ। ଆଜି ହାତକୁ ଦି ହାତ ହେବେ ବଲିଉଡର ପ୍ରସିଦ୍ଧ ଅଭିନେତା ଫରହାନ ଅଖତର ଓ ତାଙ୍କ ଲଙ୍ଗ ଟାଇମ୍ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର । ଏଥିପାଇଁ ଜୋର୍ସୋର୍ରେ ଚାଲିଛି ପ୍ରସ୍ତୁତି । ଅଖତର ପରିବାରରେ ଜମିଛି ଭିଡ । ବଲିଉଡର ଅନେକ ନାମିଦାମୀ ସେଲେବ୍ରିଟିମାନେ ତାଙ୍କ ଘରେ ଡେରା ପକାଇଛନ୍ତି ।
ମୁମ୍ବାଇ ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ସାତ ଫେରା ନେବେ ଫରହାନ । ତେବେ ଏହି ବିବାହରେ କେବଳ ଫରହାନଙ୍କ ପରିବାର ଲୋକେ ଏବଂ ତାଙ୍କ ନିକଟ ସମ୍ପର୍କୀୟମାନେ ହିଁ ଯୋଗ ଦେବେ । ଦୁହେଁ ମରାଠି ରୀତିନୀତିରେ ବିବାହ କରିବେ। ବର୍ତ୍ତମାନ ଶୁଣିବାକୁ ମିଳୁଛି କି ଦୁହେଁ ଦୁଇଟି ରୀତି ନୀତିରେ ବିବାହ କରିବା ସହ ପରସ୍ପର ପାଇଁ କିଛି ପ୍ରତିଶୃତି ଲେଖିଛନ୍ତି ଯାହାକୁ ସେମାନେ ବିବାହ ଦିନ ପଢିବେ।ଫରହାନ ଏବଂ ଶିବାନୀ ବିଭିନ୍ନ ଧର୍ମର ଏବଂ ସେମାନେ ପରସ୍ପରକୁ ସମାନ ଭାବରେ ସମ୍ମାନ କରନ୍ତି। ଏଥି ପାଇଁ ସେ ବିବାହକୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ କରିବାକୁ ଚାହୁଁଛନ୍ତି । ତେବେ ଦୁହେଁ ଏହି ବିଶେଷ ଦିନକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି। କହିବାକୁ ଗଲେ ଫରହାନ ଅଖତରଙ୍କ ଏହା ଦ୍ୱିତୀୟ ବିବାହ। ୪୮ ବର୍ଷର ଫରହାନ ଅଖତର ଏବେ ନିଜ ୪୧ ବୟସ୍କା ପ୍ରେମିକା ଶିବାନୀଙ୍କୁ ବିବାହ କରିବେ।
ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ବିବାହ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନାହିଁ । ତେବେ ବିବାହ ପୂର୍ବରୁ ଫରହାନ ଓ ଶିବାନୀଙ୍କ ହଳଦୀ ସେରେମୋନିର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓରେ ଫରହାନଙ୍କ ଭାବି ପତ୍ନୀ ଶିବାନୀ ‘ଆଖଁ ମାରେ…’ ଗୀତରେ ଦମଦାର ଡ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଫ୍ୟାନ୍ ମାନଙ୍କୁ ତାଙ୍କ କୁଲ୍ ଅନ୍ଦାଜ ବେଶ୍ ପସନ୍ଦ ଆସିଛି । ସବୁଠାରୁ ମଜା କଥା ହେଉଛି ଫରହାନ ମୁସଲିମ୍ ହୋଇଥିବା ବେଳେ ଶିବାନୀ ହେଉଛନ୍ତି ମରାଠି । ତେଣୁ ଉଭୟଙ୍କ ବିବାହ ରତିନୀତିରେ ହେବ ବୋଲି ସୂଚନା ମିଳିଛି। ଗତ ୪ବର୍ଷରୁ ଫରହାନ ଓ ଶିବାନୀ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ । ହେଲେ ଏବେ ଦୁହେଁ ନିଜ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି । ବିବାହ ପରେ ଫରହାନ ଓ ଶିବାନୀ ମିଶି ଏକ ଗ୍ରାଣ୍ଡ ରିସେପଶନ ପାର୍ଟିର ଦେବେ ବୋଲି ଜଣାପଡିଛି । ଏଥିରେ ପରିବାର ଲୋକ, ଘନିଷ୍ଠ ବନ୍ଧୁ ଓ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସେଲିବ୍ରିଟି ସାମିଲ ହେବେ।
