ବାଲେଶ୍ୱର ଟାଉନ ହାଇସ୍କୁଲ ଶିକ୍ଷୟିତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ବାଲେଶ୍ୱର : ବାଲେଶ୍ୱର ଟାଉନ ହାଇସ୍କୁଲର ଶିକ୍ଷୟିତ୍ରୀ ସୁଷମା ପାଣିଗ୍ରାହୀଙ୍କ ବିଦ୍ୟାଳୟ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭାରପ୍ରାପ୍ତ ପ୍ରଧାନଶିକ୍ଷ୍ରୟିତ୍ରୀ ନମିତା ମହାପାତ୍ର ଅଧ୍ୟକ୍ଷତା କରିବା ସହିତ ଶିକ୍ଷକତା କ୍ଷେତ୍ରରେ ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ କହିଥିଲେ । ଆଲୁମିନି ସଭାପତି ସୁବ୍ରତ କର, ସମ୍ପାଦ ରବୀନ୍ଦ୍ର କୁମାର ମହାନ୍ତି, ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀଙ୍କ ଭଳି ଜଣେ ଛାତ୍ର ବତ୍ସଳ ସମୟାନୁବର୍ତ୍ତୀ ତଥା ଦକ୍ଷ ଶିକ୍ଷୟିତୟୀଙ୍କର ଅଭାବ ଟାଉନ ହାଇସ୍କୁଲରେ ଆଜି ଠାରୁ ପରିଲକ୍ଷିତ ହେବ । ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀ ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ ଥିଲେ । ଆଜି ଟାଉନ ହାଇସ୍କୁଲ ଜଣେ ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ହରାଇଲା ବୋଲି କହିଥିଲେ ।
ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ, ଅଫିସ୍ ସହକର୍ମୀ ଏବଂ ଅନ୍ୟ କର୍ମକର୍ତ୍ତାମାନେ ମାନପତ୍ର, ପୁଷ୍ପଗୁଚ୍ଛ ତଥା ବିଭିନ୍ନ ପ୍ରକାରର ଉପଢ଼ୌକନ ଦେଇ ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯିବା ସହ ଏ ବିଦ୍ୟାଳୟ ତଥା ଏଠାକାର ସହକର୍ମୀ ଓ ପରିଚାଳନା କମିଟି ସର୍ବୋପରି ଛାତ୍ରୀଛାତ୍ରଙ୍କର ଆତ୍ମୀୟତାପୂର୍ଣ୍ଣ ବ୍ୟବହାର ତାଙ୍କର ସବୁଦିନେ ମନେ ରହିବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଶିକ୍ଷକ ଅକ୍ଷୟ କୁମାର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶିକ୍ଷକ ଦାମୋଦର ପଣ୍ଡା ଧନ୍ୟବାଦ ଦେଇଥିଲେ । ସୁମତି ରାଉତ, କଳ୍ପଲତା ରଥ, ଜୟନ୍ତୀ ଚାଷୀ, ସବିତା ପରିଡ଼ା, ଦେବସ୍ମିତା ଦାସ, ଭାରତୀ ରାଉଳ, ଶିଖାରାଣୀ ପାତ୍ର, ସସ୍ମିତା ଗିରି, ରାମକୃଷ୍ଣ ପଣ୍ଡା, ଅବକାଶ ବର୍ଦ୍ଧନ, ଶଶିକାନ୍ତ ମିଶ୍ର, ଅଫିସ ସହକାରୀ ରାଜେନ୍ଦ୍ର ଦେ, ଶଶଧର ନାୟକ, କାର୍ତ୍ତିକ ଜେନା, ଅଜିତ ପଟ୍ଟନାୟକ ପ୍ରମୁଖ ଶିକ୍ଷୟିତ୍ରୀ ମାନେ ସହଯୋଗ ପ୍ରଦାନ କରି ଏହାକୁ ସଫଳ କରାଇଥିଲେ । ସମସ୍ତ ଶିକ୍ଷୟିତ୍ରୀ/ଶିକ୍ଷକ ନିଜର ଭାବାତୁର ବକ୍ତବ୍ୟ ବିଦାୟୀ ଶ୍ରୀମତୀ ପାଣିଗ୍ରାହୀ ମାଡ଼ାମଙ୍କ ଉପରେ ରଖିଥିଲେ । ଏକ ଭାବାତୁର ଆବେଗ ସ୍ପଷ୍ଟ ହୋଇଥିଲା ।
