ଓ୍ୱାଇ-ଫାଇ ପାଇଁ ପରିବାର ଲୋକଙ୍କୁ ହତ୍ୟା, ୧୫ ବର୍ଷର ନାବାଳକକୁ ଗିରଫ କଲା ପୁଲିସ
ମାଦ୍ରିଦ୍: ଓ୍ୱାଇ-ଫାଇ ପାଇଁ ପରିବାର ଲୋକଙ୍କ ଜିବନ ନେଇଗଲା ପୁଅ । ଘରେ ୱାଇ-ଫାଇ କନେସ୍କନ କାଟିଦେବାରୁ ପରିବାର ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିଛି ପୁଅ । ସୂଚନା ଅନୁସାରେ ଜଣେ ୧୫ ବର୍ଷର ବାଳକ କ୍ରୋଧରେ ତାଙ୍କ ମା, ବାପା ଏବଂ ସାନଭାଇଙ୍କୁ ଗୁଳି କରି ହତ୍ୟା କରିଛି । କେବଳ ଏତିକି ନୁହେଁ, ସେମାନଙ୍କ ମୃତ ଦେହ ସହ ୩ ଦିନ ପର୍ଯ୍ୟନ୍ତ ଘରେ ବନ୍ଦ ହୋଇ ରହିଥିଲା ।
ଅଭିଯୁକ୍ତ ନାବାଳକକୁ ପୋଲିସ ଗିରଫ କରିଛି । ସ୍ପେନର ଏଲଶ ସହରରେ ଏହି ତ୍ରିଗୁଣ ହତ୍ୟାକାଣ୍ଡ ଘଟାଇଥିବା ନାବାଳକ ନିଜ ଅପରାଧ ସ୍ୱୀକାର କରିଛି । ଗତ ଶୁକ୍ରବାର ଦିନ ନାବାଳକକୁ ଗିରଫ କରାଯାଇଥିବା ପୋଲିସ କହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଦ୍ୟାଳୟରେ ଖରାପ ମାର୍କ ଆଣିବା ସହ ଘର କାମରେ ସାହାଯ୍ୟ କରୁନଥିଲା ପିଲାଟି । ଏହି କାରଣରୁ ନାବାଳକର ମା’ ଘରର ୱାଇ-ଫାଇ କନେସ୍କନ୍ କାଟି ଦେଇଥିଲେ । ଏଥିରେ ରାଗିଯାଇ ନାବାଳକ ତାଙ୍କ ମା, ବାପା ଏବଂ ୧୦ ବର୍ଷର ଭାଇକୁ ଗୁଳି ଚଳାଇ ହତ୍ୟା କରିଥିଲା । ସେ ମୃତଦେହ ସହିତ ତିନି ଦିନ ଧରି ଘରେ ବସି ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲେ । ପୋଲିସ ଷ୍ଟେସନରେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ବର୍ତ୍ତମାନ ସେ ଜେଲରେ ଅଛନ୍ତି ।
