ଦାରିଦ୍ର୍ୟତାର କଷାଘାତରେ ପରିବାର ! ୨ହଜାର ଟଙ୍କାରେ ୨ପୁଅକୁ ବିକ୍ରି କଲା ମା’
ନୀଳଗିରି : ଦାରିଦ୍ର୍ୟତାର କଷାଘାତରେ ପରିବାର । ବହୁ ଦୁଃଖକଷ୍ଟେ ଜୀବନ କାଟୁଥିବା ବେଳେ ଶେଷରେ ରୁଗ୍ଣା ସ୍ୱାମୀର ଚିକିତ୍ସା ପାଇଁ ଜନ୍ମ କଲା ମା’ ନିଜର ୨ ନାବାଳକ ପୁଅକୁ ମାଛ ଶୁଖୁଆ ଦରରେ ଦୁଇ ହଜାର ଟଙ୍କାକୁ ବିକ୍ରି କରିଦେବା ଘଟଣା ନୀଳଗିରି ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ପ୍ରାପ୍ତ ସୂଚନା ଅନୁସାରେ ଔପଦା ବ୍ଲକର ଶ୍ୟାମସୁନ୍ଦରପୁର ପଂଚାୟତର ଅସ୍ତିଆ ପାଟଣା ଗାଁର ୰ଶ୍ୟାମ ହାଁସଦା ଙ୍କ ଦୁଇ ନାବାଳକ ପୁତ୍ର ରହିଥିବା ବେଳେ ଶ୍ୟାମ ହାଁସଦାଙ୍କର ଦୁଇ ପତ୍ନୀ ରହିଥିବା ବେଳେ ୧ମ ସ୍ତ୍ରୀ ର ଗର୍ଭରୁ ଏକ ପୁତ୍ର ଜନ୍ମଲାଭ କରିଥିଲା । କିଛି ମାସ ପରେ ୧ମ ସ୍ତ୍ରୀର ମୃତ୍ୟୁ ପରେ ଶ୍ୟାମ ନୀଳଗିରି ଏନ.ଏ.ସି.ର ୧ନଂ. ୱାର୍ଡର ଷ୍ଟେଟ୍ ବ୍ୟାଙ୍କ ନିକଟସ୍ଥ ମୁନା ନାମକ ବ୍ୟକ୍ତିଙ୍କୁ ନାବାଳକ ପୁତ୍ରକୁ ଏକ ହଜାର ଟଙ୍କାରେ ବିକ୍ରି କରିଦେଇଥିବାର ଚର୍ଚ୍ଚା ଚାଲିଛି । ଶ୍ୟାମ ହାଁସଦାର ୨ୟ ସ୍ତ୍ରୀ ପାଖରୁ ଏକ ପୁତ୍ର ଜନ୍ମ ହୋଇଥିବା ବେଳେ ସ୍ୱାମୀ ଶ୍ୟାମ ରୋଗାଗ୍ରସ୍ତ ହୋଇପଡ଼ିଥିଲା । ପରେ ସ୍ତ୍ରୀ ପାନ ହାଁସଦା ଶ୍ୟାମର ରୋଗ ଭଲ କରିବା ପାଇଁ କୌଣସି ଉପାୟ ନ ପାଇ ଶେଷରେମୁନାକୁ ଏକହଜାର ଟଙ୍କାୋର ବିକ୍ରି କରିଦେଇଥିଲା । କିଛି ମାସ ପରେ ଶ୍ୟାମ ହାଁସଦାର ମୃତ୍ୟୁ ହୋଇଥିଲା । ପରେ ବିଧବା ସ୍ତ୍ରୀ ଖାଇବାକୁ ନ ପାଇ ଏଣେତେଣେ ବୁଲି ମାଗିକି ପେଟପୋଷୁଥିବା ବେଳେ ପୁଅ ବିକ୍ରି କରିଥିବା ଘଟଣା ଲୋକଲୋଚନକୁ ଆଣିଲା ପରେ ଘଟଣାକୁନେଇ ଉତେଜନା ଲାଗିଥିଲା । ଶତାଧିକ ଲୋକେ ଏକତ୍ରିତ ହୋଇ କ୍ରେତା ମୁନା ଘରକୁ ଯାଇ ଗୋଟିଏ ପୁଅକୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଂଚି ଉଭୟ ଦୁଇ ନାବଳକ ପୁଅ ସମେତ ମାଆକୁ ଉଦ୍ଧାର କରି ଥାନାକୁ ନେଇଥିବା ଦେଖିବାକୁ ମିଳିଛି । ଏଥିରୁ ଜଣାପଡ଼ୁଛି ନୀଳଗିରିରେ ଏବେବି ଦାରିଦ୍ର ସୀମାରେଖା ତଳେ ଅନେକ ଜୀବନ ଲୁକାୟିତ ଅବସ୍ଥାରେ ରହିଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହେଉଛି ।
