ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟରେ ଏଡସ୍ ସଚେତନତା ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ବ୍ରିଟିଶ ହଲ ପରିସରରେ ବୁଧବାର ଜିଲାସ୍ତରୀୟ ଏଡସ୍ ସଚେତନତା ଦିବସ ପାଳିତ ହୋଇଛି । ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଏଡସ୍ ଭୂତାଣୁକୁ ପ୍ରତିହିତ କରିବା ନିମନ୍ତେ ବ୍ୟକ୍ତିଗତ ଓ ସାମାଜିକ ସଚେତନତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ସାମରିକ ଅଧିକାରୀ ବିଜୟ କୁମାର ଦାସ ଯୋଗଦେଇ ଏଡସ୍ ଭୂତାଣୁର ମୂଳୋତ୍ପାଟନ ନିମନ୍ତେ ଯୌନ ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ ନୈତିକ ଶିକ୍ଷାର ପ୍ରସାର ଉପରେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଫେସର ସାନ୍ତନୁ ଦାସ ଯୋଗଦେଇ ଏଡସ୍ ମହାମାରୀର ବିନାଶ ସାମାଜିକ ସନ୍ତୁଳିତ ବ୍ୟବହାର ଓ ସମ୍ପର୍କ ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ସନ୍ତୋଷ କୁମାର ରାଉତ ଅତିଥିଙ୍କର ପରିଚୟ ପ୍ରଦାନ କରିଥିବା ବେଳ ରେଡ଼କ୍ରସ ଅଫିସର ଅଧ୍ୟାପିକା ଅଞ୍ଜନା ବେହେରା ଧନ୍ୟବାଦ ଦେଇଥିଲେ । ଏନଏସ୍ଏସ୍ ଅଫିସର ସୁଲୋଚନା ସ, ସହକାରୀ ଅଫିସର ରାଜେଶ ଦେ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବିଭିନ୍ନ ମହାବିଦ୍ୟାଳୟର ରେଡ଼କ୍ରସ ଓ ଏନ୍ଏସ୍ଏସ୍ ଅଫିସରମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶେଷରେ ବିଭିନ୍ନ ଜିଲାସ୍ତରୀୟ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
