ନକଲି ମେଡିସିନ୍ ଜବତ ଘଟଣା, ଗିରଫ ହେଲେ ୨ ହୋଲ୍ସେଲ୍ର
କଟକ : କଟକରୁ ନକଲି ମେଡିସିନ୍ ଜବତ ଘଟଣାରେ ଗିରଫ ହେଲେ ଦୁଇ ମେଡିସିନ୍ ହୋଲସେଲର । ଦୁଇ ଅଭିଯୁକ୍ତଙ୍କୁ ଡ୍ରଗ୍ସ ଗୋଦାମକୁ ଆଣି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ କରୁଛି ପୁରୀ ଘାଟ ଥାନା ପୋଲିସ ।
ସୂଚନା ଯେ, ଗତ କିଛିଦିନ ତଳେ କଟକର ବିଭିନ୍ନ ସ୍ଥାନରେ ନକଲି ମେଡିସିନ୍ କାରବାର ନେଇ ସୂଚନା ପାଇଥିଲା ଡ୍ରଗ କଂଟ୍ରୋଲର ଟିମ । ଏହାପରେ ଉକ୍ତ ସ୍ଥାନମାନଙ୍କରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ନକଲି ମେଡିସିନ ଜବତ ହୋଇଥିଲା । ଏକ ନାମୀ କମ୍ପାନୀର ଔଷଧକୁ ନକଲି କରି ବିକ୍ରି କରୁଥିଲେ । ଘଟଣା ଜଣାପଡିବା ପରେ ଦୁଇ ହୋଲସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ । ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ରଦ୍ଧ କରିଛି ସଂଘ । ଆଉ ଏବେ ସେହି ଦୁଇ ହୋଲସେଲର ଗିରଫ ହୋଇଛନ୍ତି ।
