ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
ନୋଏଡା : ନୋଏଡା ସେକ୍ଟର-୩ରେ ଥିବା ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ନିଆଁ ଲାଗିବା ଯୋଗୁ କାରଖାନା ପରିସରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। କାମ କରୁଥିବା ଲୋକେ ଯିଏଯୁଆଡେ ଦଉଡା ଧାପଡା କରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ତେବେ ନିଆଁ ବ୍ୟାପିବା ଯୋଗୁ ଦମକଳ ବିଭାଗକୁ ସୂଚିତ କରାଯାଇଥିଲା। ଖବର ପାଇ ୩ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି।
ସୂଚନା ଯେ, ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଶୁକ୍ରବାର ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବାର ଜଣାପଡିଛି । ନିଆଁ ଲାଗିବା ପରେ କାର୍ଯ୍ୟାଳୟରେ କାମ କରୁଥିବା ଲୋକେ ବାହାରକୁ ଦଉଡି ପଳାଉଥିବାର ଦେଖା ଯାଇଥିଲା। ତେବେ ଅଗ୍ନିକାଣ୍ଡ ଯୋଗୁ କେହି ହତାହତ ହୋଇନାହାନ୍ତି ।
