ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମ, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ : ୟୁରୋପରେ ମେଟା ପାଇଁ ଚ୍ୟାଲେଞ୍ଜ ବଢ଼ିବାରେ ଲାଗିଛି, ଯାହା ପରେ କମ୍ପାନୀ ସେଠାରେ କିଛି ସେବା ବନ୍ଦ କରିପାରେ । ଖବର ଅନୁଯାୟୀ, ମେଟା ନିଜର ବାର୍ଷିକ ରିପୋର୍ଟରେ କହିଛି ଯେ, ଯଦି କମ୍ପାନୀକୁ ନିଜର ଇଉରୋପୀୟ ୟୁଜର୍ସଙ୍କ ଡାଟାକୁ ଆମେରିକାର ଆଧାରିତ ସର୍ଭରରେ ଟ୍ରାନ୍ସଫର, ଷ୍ଟୋର ଏବଂ ପ୍ରୋସେସ କରିବାର ବିକଳ୍ପ ନ ମିଳିବ, ତେବେ ୟୁରୋପରେ ଫେସବୁକ୍ ଓ ଇନଷ୍ଟାଗ୍ରାମ ଭଳି ସେବା ବନ୍ଦ ହୋଇପାରେ ।
ବର୍ତ୍ତମାନ ୟୁରୋପରେ ଡାଟା ଟ୍ରାନ୍ସଫରକୁ ନେଇ କଡ଼ା ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀଗୁଡିକୁ ଗୋପନୀୟତା ସିଲ୍ଡ ଓ ଅନ୍ୟାନ୍ୟ ମଡେଲ ଚୁକ୍ତିନାମା ମାଧ୍ୟମରେ ଡାଟା ଟ୍ରାନ୍ସଫରର ବିକଳ୍ପ ମିଳୁଥିଲା । ମେଟା ଏଗୁଡିକର ସାହାଯ୍ୟରେ ଆମେରିକାର ସର୍ଭରରେ ଇଉରୋପୀୟ ୟୁଜର୍ସଙ୍କ ଡାଟା ଷ୍ଟୋର କରୁଥିଲା, କିନ୍ତୁ ବିଗତ ଦିନରେ ଏହି ନିୟମ ଅବୈଧ କରାଯାଇଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିଶନଙ୍କୁ ଦେଇଥିବା ନୂଆ ରିପୋର୍ଟରେ ମେଟା କହିଛି ଯେ ଯଦି ଏକ ନୂତନ ଢାଞ୍ଚା ବିକଶିତ ହୁଏ ନାହିଁ କିମ୍ବା ବର୍ତ୍ମାନର ମଡେଲ ବ୍ୟବହାର କରିବାକୁ ଅନୁମତି ଦିଆଯାଏ ନାହିଁ, ତେବେ କମ୍ପାନୀ ୟୁରୋପରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ପରି ସେବା ଯୋଗାଇବାରେ ସକ୍ଷମ ହେବ ନାହିଁ ।
