ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ ପାଇଁ ପୌରପାଳିକା ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ବାରିପଦା : ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପର ଟ୍ରଫିକୁ ବାରିପଦାରେ ସ୍ୱାଗତ ପାଇଁ ପୌରପାଳିକା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜାନୁୟାରୀ ୭ ତାରିଖ ଦିନ ଟ୍ରଫି ସନ୍ଧ୍ୟା ୭ ଘଟିକା ସମୟରେ ମୁର୍ଗାବାଡିରେ ପହଂଚିବା ପରେ ଜିଲ୍ଲା ପ୍ରସାସନ ଏବଂ ବାରିପଦା ପୌରପାଳିକା ପକ୍ଷରୁ ଏହାକୁ ଭାବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ସହ ଦିଗନ୍ତ ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ୱାର୍ଡ ନଂ ୧୮,୨୧,୨୬ର ସମସ୍ତ ସୟଂ ସହାୟୀକା ଗୋଷ୍ଠୀ, ବସ୍ତି ଉନ୍ନୟନ କମିଟି ଏବଂ ସ୍ଥାନୀୟ ନାଗରିକ କମିଟି ସେଠାରେ ଉପସ୍ଥିତ ରହିବେ । ପରବର୍ତୀ ସମୟରେ ବିଶ୍ୱକପ ହକି ଟ୍ରଫି ଦଳକୁ ସର୍କିଟ ହାଉସ ସମନାରେ ଷ୍ଟେସନ ବଜାର ବଣିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ, ୮ ତାରିଖ ସକାଳ ୭ ଘଟିକା ଠାରୁ ବିଶ୍ୱକପ ହକି ଟ୍ରଫି ଦଳକୁ ବାରିପଦା ପୌରାଂଚଳ ଅନ୍ତର୍ଗତ ଷ୍ଟେସନ ବଜାର, କୃଷ୍ଣଚନ୍ଦ୍ର ଗୋଲେଇ, ମାତୃମଙ୍ଗଳ ସମ୍ମୁଖ, ବିଜୁପଟ୍ଟନାୟକ ଗୋଲେଇ ହୋଇ ଏହା ବାରିପଦା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ପରେ ସେଠାରୁ ଏହାକୁ ଶହୀଦସ୍କୃତି ଭବନ ଠାରୁ ରୋଟାରୀ କ୍ଲବ, ଲାୟନ୍ସ କ୍ଳବ ହୋଇ ବାରିପଦା ଷ୍ଟାଡିୟମକୁ ନିଆଯିବାର ବ୍ୟବସ୍ଥା ହୋଇଛି । ଉକ୍ତ ଶୋଭାଯାତ୍ରାରେ ପାରମ୍ପାରିକ ଆଦିବାସୀ ନୃତ୍ୟଦଳ, ଏମ.କେ.ସି ବିଦ୍ୟାଳୟ, ଏମ.ପି.କେ ବାଳିକା ବିଦ୍ୟାଳୟ, ସତ୍ୟସାଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ବ୍ୟାଣ୍ଡପାର୍ଟି ସହ ସ୍ୱାଗତ କରାଯିବ । ଷ୍ଟାଡିୟମରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିନି ମାରାଥନ ଚିତ୍ରଙ୍କନ ପ୍ରତିଯୋଗୀତା, ଜିଲ୍ଲାର ବିଭିନ୍ନ ପୁରାତନ ଖେଳାଳୀ ମାନଙ୍କୁ ସମ୍ମାନୀତ କରାଯିବ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସକାଳ ୯ ଘଟିକାରେ ଷ୍ଟଡିୟମରୁ ବାହାରି ବଡ ଜଗନ୍ନାଥ ମନ୍ଦିର ସମ୍ମୁଖ ହୋଇ ପାଲବଣୀ ବାଇପାସରେ ବିଦାୟ ସମ୍ବର୍ଦ୍ଧନା ଦିଆଯିବାର ଯୋଜନା ଥିବା ବେଳେ, ଉକ୍ତ କାର୍ଯ୍ୟକ୍ରମରେ ବାରିପଦାର ବହୁ ପ୍ରମୁଖ ଅନୁଷ୍ଠାନ ସାମିଲ ହେବେ ବୋଲି ଜଣାଯାଇଛି । ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଉଅଛି । ଏଥିରେ ଉପନଗରପାଳ ସୀମା ଦାସ, ସମସ୍ତ କାଉନସିଲର ବୃନ୍ଦ ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମକୁ ଚୁଡାନ୍ତ ରୁପରେଖ ଦେଇଛନ୍ତି ।
