ରାହୁଲ ଗାନ୍ଧିଙ୍କ ଜାମିନ ଅବଧି ବୃଦ୍ଧି
ସୁରତ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଜାମିନ ଅବଧି ବୃଦ୍ଧି କରିଛନ୍ତି ସୁରତ ସେସନ୍ସ କୋର୍ଟ । ମୋଦି ସରନେମ୍ ନେଇ ମାନହାନୀ ମାମଲାରେ କୋର୍ଟ ଏପ୍ରିଲ ୧୩ ପର୍ଯ୍ୟନ୍ତ ରାହୁଲଙ୍କ ଜାମିନ ଅବଧି ବୃଦ୍ଧି କରିଛନ୍ତି । ମ’ ୩ରେ ରାହୁଲଙ୍କ ମାମଲାର ପରବର୍ତୀ ଶୁଣାଣି କରିବେ କୋର୍ଟ । ଅପରପକ୍ଷରେ ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁରତ ସେସନ୍ସ କୋର୍ଟରେ ପିଟିସନ ଦାଏର କରିବେ ରାହୁଲ ଗାନ୍ଧି । ସୂଚନାଯୋଗ୍ୟ ଯେ ୨୦୧୯ ଏପ୍ରିଲରେ କର୍ଣ୍ଣାଟକ କାରୋଲରେ ଆୟୋଜିତ ଏକ ରାଜନୈତିକ ସଭାରେ ମୋଦି ସରନେମକୁ ନେଇ ବିବାଦୀୟ ବିବୃତି ଦେଇଥିଲେ ରାହୁଲ । ଏ ନେଇ ଗୁଜରାଟର ବିଜେପି ନେତା ପୂର୍ଣ୍ଣେସ ମୋଦି ରାହୁଲଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ । ଗତ ୨୩ ମାର୍ଚ୍ଚ ୨୦୨୩ରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ ସିଜେଏମ କୋର୍ଟ । ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବାର ୨୪ଘଂଟା ମଧ୍ୟରେ ଲୋକସଭା ବାଚସ୍ପତି ତାଙ୍କ ସଦସ୍ୟତା ରଦ୍ଦ କରିଦେଇଥିଲେ ।
