ଖାଉଟିଙ୍କ ଉପରେ ମହଙ୍ଗା ମାଡ : ମାଚିସ୍ ବକ୍ସର ମୂଲ୍ୟ ବୃଦ୍ଧି
ନୂଆଦିଲ୍ଲୀ : ସାଧାରଣ ଖାଉଟିଙ୍କ ଉପରେ ମହଙ୍ଗା ମାଡ ଜାରି ରହିଛି । ଦୈନିକ ଭାବେ ଗ୍ୟାସ ଓ ତେଲ ଦର ବୃଦ୍ଧି ପାଉଥିବା ବେଳେ ଏବେ ମାଚିସ୍ ବକ୍ସର ମୂଲ୍ୟ ବୃଦ୍ଧି ପାଇଛି । ପ୍ରାୟ ୧୪ ବର୍ଷ ପରେ ବୃଦ୍ଧି ପାଇଛି ଦିଆସିଲର ଦର । ଆସନ୍ତା ମାସରୁ ଅର୍ଥାତ ଡିସେମ୍ବରରୁ ଦିଆସିଲ ବକ୍ସ ପିଛା ମୂଲ୍ୟ ୧ ଟଙ୍କା ବୃଦ୍ଧି ପାଇବ । ଏହି ବୃଦ୍ଧି ପରେ ମ୍ୟାଚ୍ ବକ୍ସର ନୂଆ ମୂଲ୍ୟ ୨.୦୦ ଟଙ୍କା ହେବ। ମୂଲ୍ୟ ବୃଦ୍ଧି ପାଇଁ ଏହି ନିଷ୍ପତ୍ତି ଅଲ୍ ଇଣ୍ଡିଆ ଚାମ୍ବର ଅଫ୍ ମ୍ୟାଚ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୫ଟି ପ୍ରମୁଖ ମ୍ୟାଚ୍ ବକ୍ସ ଇଣ୍ଡଷ୍ଟ୍ରି ସଂସ୍ଥାର ପ୍ରତିନିଧୀମାନେ ଜଡିତ ଥିଲେ । ମାଚିସ୍ ମୂଲ୍ୟ ବୃଦ୍ଧି କରିବାକୁ ସେମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଯେ, କଞ୍ଚାମାଲର ମୂଲ୍ୟ ବୃଦ୍ଧି ହେତୁ ମାଚିସ୍ ବକ୍ସର ମୂଲ୍ୟ ବୃଦ୍ଧି ନେଇ ଦର୍ଶାଯାଇଛି । ମୁଖ୍ୟତଃ ଲାଲ୍ ଫସଫରସ୍, ମହମ, ବକ୍ସ ବୋର୍ଡ ଇତ୍ୟାଦି କଞ୍ଚାମାଲର ମୂଲ୍ୟ ବୃଦ୍ଧି ପାଇଛି । ବାସ୍ତବରେ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ପରିବହନ ମଧ୍ୟ ମହଙ୍ଗା ହୋଇଛି । କଞ୍ଚାମାଲର ମୂଲ୍ୟ ବୃଦ୍ଧି ହେବାର ଏହା ହେଉଛି କାରଣ । ପ୍ରାୟ ୧୪ ବର୍ଷ ପରେ, ମାଚିସ୍ ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଶେଷ ଥର ପାଇଁ ୨୦୦୭ ମସିହାରେ ମ୍ୟାଚ୍ ମୂଲ୍ୟ ବୃଦ୍ଧି କରାଯାଇଥିଲା । ତା’ପରେ ମ୍ୟାଚ୍ ମୂଲ୍ୟ ୫୦ ପଇସା ବୃଦ୍ଧି କରାଯାଇଥିଲା । ଏହା ପରେ ମ୍ୟାଚ୍ ବକ୍ସର ମୂଲ୍ୟ ୧.୦୦ ଟଙ୍କା ଥିଲା ।
