ଏକଜିଟ ପୋଲ : ଚାରି ରାଜ୍ୟରେ ବିଜେପିର ଗଡ ରକ୍ଷା, ପଞ୍ଜାବରେ ଆପ୍ ସରକାର !
ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । କେଉଁ ରାଜ୍ୟରେ କିଏ ଗଢ଼ିବ ସରକାର, ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଅନୁସାରେ ପଞ୍ଜାବରେ ସରକାର ବଦଳିପାରେ । ପଞ୍ଜାବରେ ଅପକୁ ବହୁ ମତ ମିଳିବ ବୋଲି ଆକଳନ କରାଯାଉଛି । ପଞ୍ଜାବରେ ଆପକୁ ମିଳିବ ୪୧ ପ୍ରତିଶତ ଭୋଟ । ଦଳ ୭୬ରୁ ୯୦ ସିଟ ପାଇପାରେ । ଆପ ସେଠାରେ ବହୁମତ ପାଇ ସରକାର ଗଠନ କରିପାରରେ । କଂଗ୍ରେସ ୧୯ରୁ ୩୧ ସିଟ୍ ପାଇବ । ବିଜେପି ୪ କିମ୍ବା ତା’ଠାରୁ କମ ସିଟ ପାଇବ ।
ଗୋଆ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଣିପୁରରେ ବିଜେପି ସରକାର ଗଠନ କରିପାରେ । ମଣିପୁରରେ ବିଜେପି ୩୩ରୁ ୪୩, କଂଗ୍ରେସ ୦୪ରୁ ୦୮ ଆସନ ପାଇବା ନେଇ ଆକଳନ କରାଯାଉଛି । ଗୋଆରେ ବିଜେପି ୧୫ରୁ ୨୦, କଂଗ୍ରେସ ୧୪ରୁ ୧୮ ଆସନ ପାଇପାରେ । ଉତରାଖଣ୍ଡରେ ବିଜେପି ୩୬ରୁ ୪୦, କଂଗ୍ରେସ ୨୦ରୁ ୩୦ ଆସନ ପାଇପାରେ । ଉତ୍ତରପ୍ରଦେଶରେ ବିଜେପି ୨୪୦ରୁ ଅଧିକ ଆସନ ପାଇପାରେ । ସମାଜବାଦୀ ପାର୍ଟିକୁ ୧୪୦ରୁ ୧୫୧ ଆସନ ମିଳିବ ବୋଲି ଆକଳନ କରାଯାଇଛି ।
