ଝାରସୁଗୁଡା ଜିଲା ପୋଲିସ ପଡିଆରେ ପ୍ରଦର୍ଶନୀ ଫୁଟବଲ ମ୍ୟାଚ
ଝାରସୁଗୁଡା : ରବିବାର ଅପରାହ୍ନ ୪-୦୦ ଟା ରେ ଏକ ପ୍ରର୍ଦଶନୀ ଫୁଟବଲ ମ୍ୟାଚ କୋଭିଡ-୧୯ ନିୟମ ଅନୁସାଂରେ ଜିଲା ପୋଲିସ ଦଳ ଏବଂ ୨ୟ ଓଏସଏପି ମଧ୍ୟରେ ଓଏସଏପି ପଡିଆ ରେ ଅନୁଷ୍ଠିତ ହୋଇ ଥିଲା । ଉଭୟ ଦଳର ସୁନ୍ଦର ଖେଳି ଥିଲେ ମଧ୍ୟ ୨ୟ ଓଏସଏପି ବିଜୟୀ ହୋଇ ଥିଲା । ଏହି ମ୍ୟାଚରେ୨ୟ ଓଏସଏପି ର ଧିରଜ ଥାପା ଓ ଜିଲ୍ଳା ପୋଲିସ ଦଳ ର ଅରୁଣ ବୁଦୁଲା,ସୁନ୍ଦର ଖେଳ ପ୍ରଦର୍ଶନ କରି ପୁରସ୍କୃତ ହୋଇ ଥିଲେ ।
ଆଜି ଏହି ପ୍ରର୍ଦଶନୀ ଫୁଟବଲ ମ୍ୟାଚ ରେ ଝାରସୁଗୁଡା ଏସ୍.ପି ବିକାଶ ଚନ୍ଦ୍ର ଦାଶ,ଅତିରିକ୍ତ ଏସ୍.ପି ଲମ୍ବୋଦର ବୁଡା,୨ୟ ଓ.ଏସ.ଏପି ର ଉପ-ଦୁର୍ଗପତି ଲଛମନ ସିଂ,ଭବାନି ସେଠ ,ସହ-ଦୁର୍ଗପତି ମାନଧାତା ସାଇ ଝାରସୁଗୁଡା କ୍ରୀଡା ସଂସ୍ଥାର ତାପସରାୟ ଚଉଧୁରୀ , ଜୀବନ ମହାନ୍ତି, କ୍ରୀଡା ସଂସ୍ଥାର ଗଣେଷ ନାୟକ,ପ୍ରଜ୍ଜଲ ପଟେଲ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ଏସ୍ ଡି ପି ଓ ନିର୍ମଳ କୁମାର ମହାପାତ୍ର,ଅଶୋକ ମହାପାତ୍ର,ନିଳମାଧବ ସ୍ୱାଇଁ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଖେଳ କୁ ଶିତଳ ଗୁଡୁମ, ଅମିରା ପ୍ରଧାନ, ପି.ରାଜେଶ୍ୱର ରାଓ ପରିଚାଳନା କରି ଥିଲେ ।
