ଗାଁ ମଜଲିସ୍ ସାହିତ୍ୟ ସଂସଦର କାର୍ଯ୍ୟକାରୀ ବୈଠକ
ସୋର : ଆଜି ସୋର ଆର୍.କେ.ଷ୍ଟୁଡ଼ିଓରେ ଗାଁ ମଜଲିସ ସାହିତ୍ୟ ସଂସଦର ପ୍ରଥମ କାର୍ଯ୍ୟକାରୀ ବୈଠକ ସଭାପତି ଡ.ରମାକାନ୍ତ ବେହେରାଭ୍କ ଅ୍ମକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସଂପାଦକ ଦେବେନ୍ଦ୍ର ପ୍ରଧାନ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଆଗାଗୀ ଡିସେମ୍ବର ୧୮ ତାରିଖରେ ସଂସଦର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଥିଲା । ଉତ୍ସବରେ ପ୍ରକାଶ ପାଇବାକୁ ଥିବା ଶଂଖବେଳା ପ୍ରତିକା ପ୍ରକାଶନ, ଲେଖା ଗ୍ରହଣ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଉପସଭାପତି ବିଜୟ କୁମାର ଦାସ, ଚେମେଇ ଦାସ, ଗୀତାରାଣୀ ରାଉତ, ନବକିଶୋର ଦାସ, ଚନ୍ଦ୍ରମୋହନ ମହାପାତ୍ର, ଦାମୋଦର ଦାଶ ମହାପାତ୍ର, ଜ୍ୟୋତ୍ସ୍ନାରାଣୀ ଜେନା, ଯାଯାବର, ଜିତେନ୍ଦ୍ର ବେହେରା, ମହେଶ୍ୱର ପଣ୍ଡା, ଉଦ୍ଧବ ଚରଣ ବିଶ୍ୱାଳ, ସୁଧାକର ସାମଲ, ରାମଚନ୍ଦ୍ର ପୃଷ୍ଟି, ରାଜବଲ୍ଲଭ ସାହୁ ଯୋଗଦେଇଥିଲେ । ଶେଷରେ ରବୀନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
