ବାଲେଶ୍ୱର : ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ଉତ୍ତେଜନା
ବାଲେଶ୍ୱର : ରାଜ୍ୟ ସରକାର ୨୦୨୧ ମଇ ୦୧ ତାରିଖ ପାଖରୁ ରାଜ୍ୟରେ ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ମାଗଣାରେ ଟୀକାକରଣ କରିବାର ୪୫ ଦିନ ଅତିକ୍ରାନ୍ତ ହୋଇଗଲେ ମଧ୍ୟ ଯୁବାବର୍ଗଙ୍କ ଟୀକାକରଣରେ ବିଶେଷ କୌଣସି ଗତି ଆସିନଥିଲା। ଲୋକଙ୍କୁ ମିଳୁଥିଲା କେବଳ ମିଥ୍ୟା ପ୍ରତିଶ୍ରୁତି। ଲୋକଙ୍କ ମନରେ ଏକ ନୈରାଶ୍ୟର ବାତାବରଣ ସୃଷ୍ଟି ହେଉଥିଲା ଆଉ ସେତିକିବେଳେ ମାନ୍ଯବର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଘୋଷଣା “ଜୁନ ୨୧ ପାଖରୁ କେନ୍ଦ୍ର ତରଫରୁ ସମସ୍ତଙ୍କ ପାଇଁ ନିଶୁଳ୍କ ଟୀକା” ସମସ୍ତଙ୍କୁ ଆଶ୍ବାସ କରାଇଥିଲା। ସେହି କ୍ରମେରେ ଆଜି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଗାନ୍ଧୀସ୍ମୃତି ଭବନ ଟୀକାକରଣ କେନ୍ଦ୍ର ପରିଦର୍ଶନରେ ଯାଇ ଦେଖିବାକୁ ପାଇଲେ ଟୀକାକରଣ କେନ୍ଦ୍ରରେ ସର୍ବତ୍ର କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି। ଏକ କେନ୍ଦ୍ରୀୟ ଯୋଜନାରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ ଏହି ପ୍ରଶ୍ନର ଉତ୍ତର ସେଠାରେ ଉପସ୍ଥିତ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଲାଲସେନ ଜଗଦେବ୍ ଦେଇପାରିନଥିଲେ। ତାଙ୍କ ଉତ୍ତର ବିରୋଧାତ୍ମକ ଥିଲା, ଏଥିରେ ଉପସ୍ଥିତ ବିଜେପି କାର୍ଯ୍ଯକର୍ତ୍ତାମାନେ ଉତ୍ତେଜିତ ହୋଇଥିଲେ।
ବିଜେପି କାର୍ଯ୍ଯକର୍ତ୍ତାମାନେ ଦାବି କରିଥିଲେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଦରକାର ଓ ମୁଖ୍ୟ ଚିକିତ୍ସା ଅଧିକାରୀ ଏହାକୁ ସ୍ବୀକାର ମଧ୍ୟ କରିଥିଲେ। ଓ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଫଟୋ ତତ୍କାଳ ସ୍ବରୂପ ଟୀକାକରଣ କେନ୍ଦ୍ରରେ ବିଜେପି କାର୍ଯ୍ଯକର୍ତ୍ତାମାନେ ଲଗାଇଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଟୀକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ପ୍ରଶାସନ ତାଙ୍କ ପ୍ରତିଶ୍ରୁତି ପାଳନରେ ଅସମର୍ଥ ହେଲେ ବିଜେପି ତାର ପରବର୍ତ୍ତୀ କାର୍ଯ୍ଯପନ୍ଥା ସ୍ଥିର କରିବ ବୋଲି ଦଳିୟ ସୁତ୍ରରୁ ଖବର। ଆଜିର ଏହି ଘଟଣା ସମୟରେ ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଯ୍ଯ କାର୍ଯ୍ଯକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଟୀକାକରଣ ସହାୟତା କେନ୍ଦ୍ରର ଜିଲ୍ଲା ସଂଯୋଜକ ଶୁଭଙ୍କର ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି କମଳା ବିନ୍ଧାଣି ଓ କମଲଲୋଚନ ଦାସ, ଜିଲ୍ଲା ସମ୍ପାଦକ ସସ୍ମିତା ଚାନ୍ଦ ଓ ବିଭୁପଦ ଦାସ ଓ ଆଶିଷ ଘୋଷ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ନଗର ସାଧାରଣ ସମ୍ପାଦକ ଯୋଗେନ ଚନ୍ଦ୍ର ରଣା ଓ ସନାତନ ବାରିକ୍, ନଗର ଉପସଭାପତି ସିଦ୍ଧେଷ୍ବର ବିନ୍ଧାଣି ଓ ରାଧାକୃଷ୍ଣ ଦାସ ଓ ମଣ୍ଟୁ ପେରିଓ୍ବାଲ, ନଗର କୋଷାଧ୍ୟକ୍ଷ ତରୁଣ ବର୍ଦ୍ଧନ, ମନହରଲାଲ ପେରିୱାଲ୍, ନଗର ମହିଳାମୋର୍ଚ୍ଚା ସଭାନେତ୍ରୀ ସୁସ୍ମିତା ପଣ୍ଡା, ନଗର ମହିଳା ମୋର୍ଚ୍ଚା ନେତ୍ରୀ ଦମୟନ୍ତୀ ବାଗ୍, ନଗର ଯୁବମୋର୍ଚ୍ଚା ସଭାପତି ଦେବବ୍ରତ ମିଶ୍ର, ସୁଶାନ୍ତ ବେରା, ରଞ୍ଜିତ ପୁଷ୍ଟି, ସୁବୋଧଚନ୍ଦ୍ର ପଣ୍ଡା, ସୁକାନ୍ତି ଗୋସ୍ୱାମୀ, ଶୋଭାକର ସାହୁ, ସେକ ଆଫ୍ଜଲ୍, ଚନ୍ଦନ ବାରିକ୍, ହୃଷୀକେଶ ଶତପଥୀ ଓ ଶ୍ରୀଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ବାଲେଶ୍ୱର : ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ଉତ୍ତେଜନା
