ବାଙ୍ଗାଲୋର ଟେଷ୍ଟ ମ୍ୟାଚ୍ ପାଇଁ ଟିମ ଇଣ୍ଡିଆରେ ଅଦଳବଦଳ, ଫେରିଲେ ଅକ୍ସର ପଟେଲ
ଚଣ୍ଡୀଗଡ଼ : ବାଙ୍ଗାଲୋରରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ପାଇଁ ଇଣ୍ଡିଆ ଟିମର ଅଦଳବଦଳ । ଟିମ୍ କୁ ଏଣ୍ଟ୍ରି ମାରିଲେ ଅକ୍ସର ପଟେଲ । ଯେତେବେଳେ କି ସ୍ପିନର କୁଲଦୀପ ଯାଦବଙ୍କୁ ଟିମରୁ ବାହାର କରାଯାଇଛି । ଅକ୍ସର ପଟେଲ ଚଳିତ ବର୍ଷ କୌଣସି ମ୍ୟାଚ୍ଚ ଖେଳିପାରି ନାହାନ୍ତି । ସେ ଆଘାତ ଥିବା ନେଇ ଖେଳୁନଥିଲେ ମ୍ୟାଚ୍ । ବର୍ତ୍ତମାନ ସେ ସୁସ୍ଥ ହୋଇ ଫେରିଛନ୍ତି । ସୂଚନା ମୁତାବକ ଅକ୍ସର ପଟେଲ ମୋହାଲିରେ ଥିବା ଇଣ୍ଡିଆ ଟିମ୍ ରେ ଯୋଗ ଦେଇଛନ୍ତି । ବିସିସିଆଇ ମୋହାଲି ମ୍ୟାଚର ଘୋଷଣା ଯେତେବେଳେ କରିଥିଲେ ସେତେବେଳେ ଅକ୍ସର ପଟେଲଙ୍କୁ ନେଇ ମଧ୍ୟ ଏକ ସୂଚନା ଦେଇଥିଲେ । ଅକ୍ସର ପଟେଲ ଏହି ମ୍ୟାଚ୍ ରେ ଯୋଗ ଦେବେ କିନ୍ତୁ ପ୍ରଥମ ମ୍ୟାଚ୍ ସେ ଖେଳିପାରିବେ ନାହିଁ ।
ତେବେ ଅକ୍ସର ପଟେଲଙ୍କ ଶେଷ ମ୍ୟାଚ୍ ଥିଲା ନ୍ୟୁଜଲ୍ୟାଣ୍ଡ ବିରୋଧରେ ମୁମ୍ବାଇରେ ଖେଳଯାଇଥିବା ମ୍ୟାଚ । ଏହା ପରେ ସେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଆହତ ହୋଇଥିଲେ । ବର୍ତ୍ତମାନ ଅକ୍ସର ପଟେଲ ଦଳକୁ ଫେରିବା ପରେ କୁଲଦୀପ ଯାଦବଙ୍କୁ ଦଳରୁ ମୁକ୍ତ କରାଯାଇଛି । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ ବାଙ୍ଗାଲୋରରେ ଖେଳାଯିବ, ଯାହା ଦିନିକିଆ ଟେଷ୍ଟ ହେବ । ମାର୍ଚ୍ଚ ୧୨ ରୁ ଏହି ମ୍ୟାଚ୍ ଆରମ୍ଭ ହେବ, ଯାହାକି ଅପରାହ୍ନ ୨ ଟାରୁ ଆରମ୍ଭ ହେବ । ମୋହାଲି ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ଏକ ଇନିଂସ ଏବଂ ୨୨୨ ରନରେ ପରାସ୍ତ କରି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି।
