କେନ୍ଦ୍ରୀୟ ଆଇଏସ୍ ସ୍ତରରେ ଅଦଳବଦଳ : ସଞ୍ଜୟ କୁମାର ସିଂହ ଇସ୍ପାତ ସଚିିବ ନିଯୁକ୍ତ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏସ୍)ର ବରିଷ୍ଠ ଅଧିକାରୀଙ୍କ ବିଭାଗରେ ଅଦଳବଦଳ କରିଛନ୍ତି। ମଧ୍ୟପ୍ରଦେଶ କ୍ୟାଡର୍ର ୧୯୮୭ ବ୍ୟାଚ୍ର ବରିଷ୍ଠ ଅଧିକାରୀ ସଞ୍ଜୟ ସିଂହଙ୍କୁ ଇସ୍ପାତ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି। ବର୍ତ୍ତମାନ ସେ ପ୍ରଶାସନିକ ସୁଧାର, ଜନ ଅଭିଯୋଗ ତଥା ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ପଦରେ ରାଜସ୍ଥାନ୍ କ୍ୟାଡର୍ର ବି ଶ୍ରୀନିବାସନ୍ଙ୍କୁ ନିଯୁକ୍ତି ମିଳିଛି।
ମନୋଜ ଯୋଶୀଙ୍କୁ ସହରୀ ବିକାଶ ମାମଲା, ଭରତ ପାଲଙ୍କୁ ଲୋକପାଳ ସଚିବ, ପଙ୍କଜ ଜୈନଙ୍କୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି। ଠିକ୍ ସେହିପରି ରୋହିତ୍ କୁମାରଙ୍କୁ ଉପଭୋକ୍ତା ମାମଲା ଓ ବ୍ୟୟ ବିଭାଗର ସଚିବ ରାଜୀବ ରଞ୍ଜନ୍ଙ୍କୁ ପଛୁଆ ବର୍ଗ ଆୟୋଗରେ ନିଯୁକ୍ତି ମିଳିଛି।
