ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଭଦ୍ରକ ଅତିରିକ୍ତ ଜିଲାପାଳ ବରିଷ୍ଠ ଓଏଏସ ମଧୁସୂଦନ ଦାସଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ଯୁଗ୍ମ ସଚିବ ଯଦୁମଣୀ ମହଲାଙ୍କୁ କେନ୍ଦୁଝର ଅତିରିକ୍ତ ଜିଲାପାଳ, ବରିଷ୍ଠ ଓଏଏସ୍ ସୋନିଆ ବେହେରାଙ୍କୁ ତାଙ୍କ ସ୍ଥାନରେ ସାମାଜିକ ସଶକ୍ତିକରଣ ବିଭାଗରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ ଭାବେ ବଦଳି କରାଯାଇଛି । ଢେଙ୍କାନାଳ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ରବିନାୟରାୟଣ ତ୍ରିପାଠୀଙ୍କୁ ରାୟଗଡ଼ ଜିଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସରୋଜ କୁମାର ଦତ୍ତଙ୍କୁ ଢେଙ୍କାନାଳ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ), କ୍ଷୀରୋଦ କୁମାର ପ୍ରଧାନଙ୍କୁ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ସଚିବ ଏବଂ ଓଏଏସ୍ ମନୋଜ କୁମାର ପାତ୍ରଙ୍କୁ ଭଦ୍ରକ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
