ବରିଷ୍ଠ ଆଇପିଏସସ୍ତରରେ ଅଦଳବଦଳ : ଭିଜିଲାନ୍ସ ନିର୍ଦ୍ଦେଶକ ହେଲେ ଯଶବନ୍ତ ଜେଠୱା
ଭୁବନେଶ୍ୱର : ବରିଷ୍ଠ ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଯଶବନ୍ତ ଜେଠୱା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ ପରେ ଖାଲି ପଡିଥିଲା ପଦ । ତାଙ୍କ ପରେ ଯଶବନ୍ତ ଜେଠଓ୍ବା ହୋଇଛନ୍ତି ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ ।
ଏହା ସହିତ ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ଦାୟିତ୍ବ ଦିଆଯାଇଛି । ଆଇନ ଶୃଙ୍ଖଳା ଏଡିଜି ହେଲେ ଆର. କେ. ଶର୍ମା । ପରିବହନ କମିସନର ଭାବେ ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ଦିଆଯାଇଛି । ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗ ଓଏସଡି ଦାୟିତ୍ବ ଦିଆଯାଇଛି । ଇଣ୍ଟେଲିଜେନ୍ସ ବିଭାଗ ନିର୍ଦ୍ଦେଶକ ହେଲେ ଲଳୀତ ଦାସ । ସଞ୍ଜୀବ ପଣ୍ଡା ହେଲେ କ୍ରାଇମବ୍ରାଞ୍ଚ ଏଡିଜି ।
