କରୋନା ସଂକ୍ରମିତ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ, ଏମ୍ସରେ ଭର୍ତ୍ତି!
ବାଲେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ପ୍ରଦାନ କରଛନ୍ତି ।
ସୂଚନା ଯେ, ଦୀର୍ଘଦିନ ଥଣ୍ଡାରେ ପୀଡ଼ିତ ପରେ ଅସୁସ୍ଥ ଅନୁଭବ କରିବାରୁ ନମୁନା ହୋଇଥିଲା ପରୀକ୍ଷା । ରବିବାର ତାଙ୍କର ପଜିଟିଭ୍ ଥିବା ବାଲେଶ୍ୱର ଚିକିତ୍ସା ଅଧିକାରୀ ଜଣାଇ ଥିଲେ । ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେ ଭର୍ତ୍ତି ହୋଇ ଚିକିତ୍ସିତ ହେବେ ବୋଲି ସୂଚନା ଦେଇଛନ୍ତି । ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟିଂ ପାଇଁ ସେ ନିବେଦନ କରିଛନ୍ତି ।
