ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଲାଗିଲା ଏସମା
ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର । ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଇଁ ରାଜ୍ୟ ଗୃହ ବିଭାଗଏସମା (ଅତ୍ୟାବଶ୍ୟକ ସେବା ଆଇନ)ଲାଗୁ କରିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ସମେତ ଅନ୍ୟ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତି ଲାଗୁ ହେବ ଏସମା । ଜରୁରୀ ସେବାରେ ଯେପରି ବ୍ୟାଘାତ ଘଟେ ସେଥି ପାଇଁ ଲାଗୁ ଏସମା ଲାଗୁ ହୋଇଛି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତର ରହିବ । ଏହି ସମୟରେ କୌଣସି ସ୍ୱାସ୍ଥ୍ୟକର୍ମୀ ଆନ୍ଦୋଳନରେ ଭାଗ ନେଇପାରିବେ ନାହିଁ ।
