ଭାରତରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରଦୂତ ହେବେ ଏରିକ୍ ଗାର୍ସେଟି
ନୂଆଦିଲ୍ଲୀ : ଏରିକ ଗାର୍ସେଟି ହେବେ ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ । ରାଷ୍ଟ୍ରପତି ଜୋ ବାଇଡେନ ଲସ ଏଞ୍ଜେଲେସର ମେୟର ଏରିକ ଗାର୍ସେଟିଙ୍କ ନାମକୁ ମନୋନୀତ କରିଛନ୍ତି । ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆମେରିକୀୟ ସଂସଦର ଉଚ୍ଚ ଗୃହ ସିନେଟରୁ ଅନୁମୋଦନ ମିଳିବା ପରେ ୫୦ ବର୍ଷୀୟ ଗାର୍ସେଟି ଭାରତରେ ଉପସ୍ଥିତ ୟୁଏସ ରାଷ୍ଟ୍ରଦୂତ କେନେଥ ଜଷ୍ଟରଙ୍କ ସ୍ଥାନ ନେବେ । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଜଷ୍ଟରଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଥିଲା । ହ୍ୱାଇଟ ହାଉସ ଏକାଧିକ ରାଷ୍ଟ୍ରଦୂତ ସହିତ ଏରିକ ଗାର୍ସେଟିଙ୍କ ନାମ ଘୋଷଣା କରିବା ସହ କହିଚି ଯେ, ସେ ୨୦୧୩ରୁ ଲସ ଏଞ୍ଜେଲେସ ଶହରର ମେୟର ଅଛନ୍ତି ଏବଂ ତାଙ୍କ ପାଖରେ ଅଭିଜ୍ଞତା ରହିଛି । ଗାର୍ସେଟୀ ଏକ ବିବୃତ୍ତିରେ କହିଛନ୍ତି ଯେ ରାଷ୍ଟ୍ରପତି ଘୋଷଣା କ୍ରମେ ମୁଁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ଅତ୍ୟନ୍ତ ଗର୍ବୀତ ।
ଆମେରିକା ପ୍ରତିନିଧି ସଭାର ସଦସ୍ୟ ବ୍ରେଡ ଶେରମେନ ଟୁଇଟ କରିଛନ୍ତି ଯେ, ବିଶ୍ୱର ସର୍ବପୂରତନ ଏବଂ ସର୍ବବୃହତ ଗଣତନ୍ତ୍ର ମଧ୍ୟରେ ସଂପର୍କ ମଜବୁତ କରିବା ଲାଗି ଲସ ଏଞ୍ଜେଲେସର ମେୟର ଏରିକ ଗାର୍ସେଟିଙ୍କ ସହିତ କାମ କରିବାକୁ ନେଇ ଉତ୍ସାହିତ ଅଛି । ହ୍ୱାଇଟ ହାଉସ ଏକାଧିକ ରାଷ୍ଟ୍ରଦୂତ ସହିତ ଏରିକ ଗାର୍ସେଟିଙ୍କ ନାମ ଘୋଷଣା କରିବା ସହ କହିଚି ଯେ, ସେ ୨୦୧୩ରୁ ଲସ ଏଞ୍ଜେଲେସ ଶହରର ମେୟର ଅଛନ୍ତି ଏବଂ ତାଙ୍କ ପାଖରେ ଅଭିଜ୍ଞତା ରହିଛି ।
