ମହାମାରୀ ମୁକାବିଲା ଓ ଚିକିତ୍ସା ଖର୍ଚ୍ଚ : ଜାଣନ୍ତୁ ସଂକ୍ରମିତଙ୍କ ଚିକିତ୍ସା ନେଇ କେଉଁ ମେଡିକାଲ ପାଇଛନ୍ତି କେତେ ଟଙ୍କା
ଭୁବନେଶ୍ୱର : ମହାମାରୀ ମୁକାବିଲା ଓ ସଂକ୍ରମିତକଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କଲେଣି ? କେଉଁ କୋଭିଡ ମେଡିକାଲରେ କେତେ ରୋଗୀ ଚିକିତ୍ସିତ ହୋଇଛନ୍ତି ? କେଉଁ ମେଡିକାଲକୁ ଏଥିପାଇଁ କେତେ ଅର୍ଥ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ? ଆଜି ଏହା ବିଧାନସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଠାରୁ ଜାଣିବା ପାଇଁ ଚାହିଁଥିଲେ ବିଜେପି ବିଧାୟିକା କୁସୁମ ଟେଟେ । ଜବାବରେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କୋଭିଡ ସଂକ୍ରମିତକଙ୍କ ପାଇଁ ରାଜ୍ୟ ସରକାର ଗତ ଅକ୍ଟୋବର ସୁଦ୍ଧା ଖର୍ଚ୍ଚ କରିଥିବା ଅର୍ଥର ତାଳିକା ପ୍ରଦାନ କରିଥିଲେ ।
ମନ୍ତ୍ରୀ ସୂଚନା ଦେଇଥିଲେ, ଅନୁଗୋଳ ଜିଲାରେ ହୋଇଥିବା ୩ଟି କୋଭିଡ ମେଡିକାଲରେ ବର୍ତ୍ତମାନ ସୁଦ୍ଧା ୪୩ହଜାର ୯୪୨ ସଂକ୍ରମିତକଙ୍କ ପାଇଁ ୧୫କୋଟି ୨୪ଲକ୍ଷ ୭ହଜାର ୬୫୪ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ବଲାଙ୍ଗୀର ଜିଲାର ୨ଟି କୋଭିଡ ମେଡିକାଲ ପାଇଁ ୨୬ହଜାର ୩୩୪ ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ସରକାର ଗୋଟିଏ ମେଡିକାଲକୁ ୧୦କୋଟି ୨୮ଲକ୍ଷ ୪ହଜାର ୭୮ ଓ ଅନ୍ୟ ଏକ ମେଡିକାଲକୁ ୧୬କୋଟି ୩୯ଲକ୍ଷ ୬୨ହଜାର ୫୦୦ ଟଙ୍କା ପ୍ରଦାନ କରିଛନ୍ତି ।
ବାଲେଶ୍ବରର ଜିଲା କୋଭିଡ ମେଡିକାଲରେ ୩ହଜାର ୪୯୪ ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି ୪୩କୋଟି ୪୯ଲକ୍ଷ ୭୩୯କୋଟି ଟଙ୍କା, ଜିଲାର ଦ୍ବିତୀୟ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି ୩ହଜାର ୩୧୬ ସଂକ୍ରମିତ ଆଉ ଖର୍ଚ୍ଚ ହୋଇଛି ୩୦କୋଟି ୯୨ଲକ୍ଷ ୭୬ ହଜାର ୭୭ ଟଙ୍କା । ସେହିଭଳି ବରଗଡ ଜିଲା କୋଭିଡ ମେଡିକାଲରେ ଅକ୍ଟୋବର ସୁଦ୍ଧା ୭୦୪ ଜଣ ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ, ଖର୍ଚ୍ଚ ହୋଇଛି ୧୮କୋଟି ୫୨ଲକ୍ଷ ୩୦ହଜାର ୩୩୭ ଟଙ୍କା । ଜିଲାର ଅନ୍ୟ ଏକ କୋଭିଡ ମେଡିକାଲ ବିକାଶ ସୁପର ସ୍ପେଶାଲିଷ୍ଟରେ ଅକ୍ଟୋବର ସୁଦ୍ଧା ୧ହଜାର ୭୭୭ ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ସରକାର ଖର୍ଚ୍ଚ କରିଛନ୍ତି ୧୬କୋଟି ୬୬ଲକ୍ଷ ୧୧ହଜାର ୪୯୨ ଟଙ୍କା । ଅନ୍ୟପଟେ ଭଦ୍ରକ ଜିଲା କୋଭିଡ ମେଡିକାଲରେ ଅକ୍ଟୋବର ସୁଦ୍ଧା ୮ହଜାର ୭୭୮ ସଂକ୍ରମିତ ଚିକିତ୍ସିତ ହୋଇଛନ୍ତି । ଖର୍ଚ୍ଚ ହୋଇଛି ୧୭କୋଟି ୫୮ଲକ୍ଷ ୭ହଜାର ୪୮୩ ଟଙ୍କା । ବୌଦ୍ଧ ଜିଲା କୋଭିଡ ମେଡିକାଲରେ ଅକ୍ଟୋବର ସୁଦ୍ଧା ୮୪୩ ସଂକ୍ରମିତ ଚିକିତ୍ସିତ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି ୧୫କୋଟି ୭୪ଲକ୍ଷ ୯ହଜାର ୬୭୭ ଟଙ୍କା ।
