୨୩ ବର୍ଷର ଯାତ୍ରା ଶେଷ: ମାର୍କେଟରୁ ଗାଏବ ହୋଇଯିବ iPod, ଜାଣନ୍ତୁ କାରଣ
ନୂଆଦିଲ୍ଲୀ : ଆପଲ୍ ଆଉ iPod ତିଆରି କରିବ ନାହିଁ। iPod ଏକଦା ସଙ୍ଗୀତପ୍ରେମୀଙ୍କ ପସନ୍ଦ ଥିଲା ଏବଂ ଲୋକଙ୍କ ଷ୍ଟାଟସର ପ୍ରତୀକ ପାଲଟିଥିଲା। କିନ୍ତୁ ଏବେ ଆଉ ସେହି ଆଇପୋଡ ମିଳିବ ନାହିଁ ବୋଲି ଟେକ୍ କମ୍ପାନୀ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ତଥାପି, ବର୍ତ୍ତମାନର ଯୋଗାଣ ଶେଷ ନହେବା ପର୍ଯ୍ୟନ୍ତ ଆପଣ ଏହାକୁ ଆପଲ୍ ଷ୍ଟୋର୍ ଗୁଡିକରେ କିଣି ପାରିବେ।
୨୮ ମେ ୨୦୧୯ରେ ଆଇପଡ୍ ଟଚ୍ (ସପ୍ତମ ଜେନେରେସନ) ରେ A10 ଫ୍ୟୁଜନ୍ ଚିପ୍ ଦିଆଯାଇଥିଲା। ଏହା ଇମର୍ସିଭ୍ ଅଗମେଣ୍ଟେଡ୍ ରିଅଲିଟି ଏକ୍ସପ୍ରିୟନ୍ସ, ଗ୍ରୁପ୍ ଫେସ୍ ଟାଇମ୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ପାଇବା ପାଇଁ ବ୍ୟବହୃତ ହେଉଥିଲା।
ଆପଲ୍ ୧୫ ଜୁଲାଇ ୨୦୧୫ରେ ଆଇପଡ୍ ଶଫଲ୍ (ଚତୁର୍ଥ ଜେନେରେସନ୍) କୁ ଇଣ୍ତ୍ରୋଡ୍ୟୁସ କରାଇଲା। ଏଥିରେ ୧୫ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକ୍ ଅପ୍, ଶହ ଶହ ଗୀତ ପାଇଁ ୨ ଜିବି ଷ୍ଟୋରେଜ୍ ଏବଂ ଏକ ଭଏସ୍ ଓଭର ବଟନ୍ ରହିଥିଲା।
୧୨ ସେପ୍ଟେମ୍ବର ୨୦୧୨ ରେ ନାନୋ (ସେଭେନଥ୍ ଜେନେରେସନ) ଲଞ୍ଚ ହୋଇଥିଲା। ଏହା ସବୁଠାରୁ ପତଳା ଆଇପଡ୍ ଥିଲା, ଏହାର ମୋଟେଇ ମାତ୍ର ୫.୪ ମିମି ଏବଂ ଲମ୍ବ ୨.୫-ଇଞ୍ଚ ମଲ୍ଟି-ଟଚ୍ ଡିସପ୍ଲେ ରହିଥିଲା।
ଆଇପଡ୍ ଟଚ୍ ସେପ୍ଟେମ୍ବର ୫, ୨୦୦୭ରେ ଲଞ୍ଚ୍ କରାଯାଇଥିଲା। ଏଥିରେ ଆପଲ୍ ମଲ୍ଟି-ଟଚ୍ ଇଣ୍ଟରଫେସ୍ ଆଣିଥିଲା । ଏଥିରେ ୩.୫ ଇଞ୍ଚ ୱାଇଡ୍ ସ୍କ୍ରିନ୍ ରହିଥିଲା। ଏହି ସମସ୍ତ ଫିଚର ଗୁଡ଼ିକ ଆଇପୋଡକୁ ଏକ ହିଟ୍ କରିଥିଲା।
୨୫ ସେପ୍ଟେମ୍ବର ୨୦୦୬ରେ ଲଞ୍ଚ କରାଯାଇଥିଲା ନାନୋ (ସେକେଣ୍ଡ ଜେନେରେସନ)। ଏହାର ଏକ ସ୍ଲିମ୍ ଡିଜାଇନ୍, ୬ଟି ଷ୍ଟାଇଲିସ୍ ରଙ୍ଗ ଏବଂ ୨୪ ଘଣ୍ଟା ବ୍ୟାଟେରୀ ବ୍ୟାକ୍ ଅପ୍ ଦେଉଥିଲା। ଏହା ୨୦୦୦ ଗୀତ ଷ୍ଟୋର କରିବାରେ ସକ୍ଷମ ଥିଲା।
୨୦ ଫେବୃଆରୀ ୨୦୦୪ରେ ଆଇପଡ୍ ମିନି ଇଣ୍ତ୍ରୋଡ୍ୟୁସ ହୋଇଥିଲା । ଆଇପଡରେ ଉପଭୋକ୍ତାମାନେ ପସନ୍ଦ କରୁଥିବା ସମସ୍ତ ଜିନିଷ ଏଥିରେ ମିଳିଲା । ଏହାର ଛୋଟ ଡିଜାଇନ୍ ବ୍ୟବହାରକାରୀଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଥିଲା ।
୨୩ ଅକ୍ଟୋବର ୨୦୦୧ ରେ ଅରିଜିନାଲ ଆଇପଡ୍ ଲଞ୍ଚ କରାଯାଇଥିଲା। ଏହା ହେଉଛି ପ୍ରଥମ MP3 ପ୍ଲେୟାର ଯାହାକି ୧୦୦୦ରୁ ଅଧିକ ଗୀତ ଏବଂ ୧୦ ଘଣ୍ଟିଆ ବ୍ୟାଟେରୀ ବ୍ୟାକଅପ୍ ରଖିବାରେ ସକ୍ଷମ ଥିଲା।
୨୦୦୭ରେ ଆଇପଡର ଅନ୍ୟ ଏକ ମଡେଲ୍, ଆଇପଡ୍ ଟଚ୍ ନାମରେ ଏକ ଟଚ୍ ସ୍କ୍ରିନ୍ ମଡେଲ୍ ଲଞ୍ଚ୍ କରାଯାଇଥିଲା। ଏହା ୨୦୧୯ରେ ଶେଷ ଅପଡେଟ୍ କରାଯାଇଥିଲା। ଏହାର ମୂଲ୍ୟ ୧୯୯ ଡଲାର ଅର୍ଥାତ୍ ପ୍ରାୟ ୧୫,୪୦୦ ଟଙ୍କା। ଏଥିରେ ଉପଭୋକ୍ତାମାନେ ଟଚ୍ ସ୍କ୍ରିନ୍ ଏବଂ ଇଣ୍ଟରନେଟ୍ ସପୋର୍ଟ ପାଆନ୍ତି। ଏହାକୁ କିଣୁଥିବା ଅଧିକାଂଶ ଲୋକ ହେଉଛନ୍ତି ଯେଉଁମାନେ ଆଇଫୋନ୍ ପରି ଏକ୍ସପ୍ରିୟଂସ ଚାହୁଁଛନ୍ତି, କିନ୍ତୁ ଫୋନ୍ ଚାହୁଁ ନାହାଁନ୍ତି। ଷ୍ଟୋରରେ ମଡେଲର ସପ୍ଲାଏ ବନ୍ଦ ହେବା ପର୍ଯ୍ୟନ୍ତ ଏହାକୁ କିଣାଯାଇପାରିବ।
ଆପଲ୍ ବର୍ଷ ବର୍ଷ ଧରି ଆଇପଡର ଅନେକ ସଂସ୍କରଣ ପ୍ରକାଶ କରିଛି। କିନ୍ତୁ ଆଇଫୋନ୍ ଏବଂ ଅନ୍ୟାନ୍ୟ ଉତ୍ପାଦରେ ଆପଲ୍ ମ୍ୟୁଜିକ୍ ମଧ୍ୟ ଅନ୍ତର୍ଭୂକ୍ତ ହୋଇଥିବାରୁ ଏହାର ଲୋକପ୍ରିୟତା ହ୍ରାସ ପାଇଛି। ଏହି କାରଣରୁ, କମ୍ପାନୀ ୨୦୧୪ରୁ ଆଇପଡ୍ ମଡେଲଗୁଡିକୁ ଫେଜ୍ କରିବା ଆରମ୍ଭ କଲା। ୨୦୧୪ରେ, କମ୍ପାନୀ ଆଇପଡ୍ କ୍ଲାସିକ୍ ତିଆରି କରିବା ବନ୍ଦ କରିଦେଲା। ୨୦୧୭ରେ, ଆପଲ୍ ଏହାର ଛୋଟ ମ୍ୟୁଜିକ୍ ପ୍ଲେୟାର୍, ଆଇପଡ୍ ନାନୋ ଏବଂ ଆଇପଡ୍ ଶଫଲ୍ ବନ୍ଦ କରିଦେଲା।
