କଟକରେ କମିଶନରେଟ ପୋଲିସ୍ର ଏନ୍କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ
କଟକ : କଟକରେ କମିଶନରେଟ ପୋଲିସ୍ର ଏନ୍କାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ । ଜଗତସିଂହପୁର ଜିଲା ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସ ଆହତ । ରାକା ଠାରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ ହୋଇଛି । ଧରିବାକୁ ଉଦ୍ୟମ ବେଳେ ପୋଲିସ ଉପରକୁ ଗୁଳିମାଡ କରିଥିଲା ରାକା । ଅପରାଧୀ ରାକା ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି । ରାକା ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ସୂଚନା ।
ଦୁର୍ଦ୍ଦାନ୍ତ ଅପରାଧୀ ରାକା କନ୍ଦରପୁର ଅଞ୍ଚଳରେ ଥିବା ନେଇ ପୋଲିସ୍କୁ ସୂଚନା ମିଳିଥିଲା। ଖବରପାଇ ପୋଲିସ୍ ଆଜି ଉକ୍ତ ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ ରାକାକୁ ଧରିବାକୁ ପୋଲିସ୍ ଉଦ୍ୟମ କରୁ ଥିବାବେଳେ ପୋଲିସ ଉପରକୁ ସେ ପ୍ରଥମେ ଗୁଳିମାଡ଼ କରିଥିଲା। ଯାହାର ପାଲଟା ଜବାବରେ ପୋଲିସ୍ ରାକା ଉପରକୁ ଫାୟାରିଂ କରିଥିଲା। ଏଥିରେ ସେ ଆହତ ହୋଇଥିଲା ଓ ଗୁରୁତର ଅବସ୍ଥାରେ ତାକୁ କଟକ ଏସସିବି ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ରାକା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏନେଇ ପୋଲିସ୍ ଛାନ୍ଭିନ୍ ଜାରି ରଖିଛି। ସୂଚନାଥାଉ କି, ଗତ ସେପ୍ଟେମ୍ବର ୮ରେ ବ୍ୟବସାୟୀ କ୍ଷୀରୋଦ ସାହୁ ମାଲଗୋଦାମ ଆସୁଥିବା ବେଳେ ତାଙ୍କ ଉପରକୁ ରାକା ଗୁଳିମାଡ କରିଥିଲା। କିଛି ଦିନ ପୂର୍ବେ କଟକ କନ୍ଦରପୁର ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମଧ୍ୟ ରାକାର ସମ୍ପୃକ୍ତି ଥିବା ଜଣାପଡିଛି।
