ପୁଲଓ୍ୱାମାରେ ଏନ୍କାଉଣ୍ଟର, ୨ ଆତଙ୍କବାଦୀ ନିହତ
ଶ୍ରୀନଗର : ଜମ୍ମୁ କଶ୍ମୀରରେ ପୁଣିଥରେ ଆତଙ୍କବାଦୀମାନେ ସକ୍ରିୟ ହୋଇଉଠିଛନ୍ତି । କାର୍ଯ୍ୟକଳାପ ବଢିବାରେ ଲାଗିଛି । ଭାରତ ସୀମା ମଧ୍ୟକୁ ବେଧଡକ ଅବାଧ ପ୍ରବେଶ କରିବାରେ ଲାଗିଛନ୍ତି ଆତଙ୍କବାଦୀ । କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଯେକୌଣସି ପ୍ରକାରରେ ଆତଙ୍କବାଦୀମାନେ ଭାରତ ସୀମାକୁ ପ୍ରବେଶ କରୁଥିବା ଦୃଷ୍ଟିଗୋଚର ହେଉଛି । ଏନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନିୟନ୍ତ୍ରଣ ରେଖା ନିକଟରେ ଅନେକ ସମୟରେ ପାକିସ୍ତାନୀ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି । ବୁଧବାର ଭୋରରୁ ପୁଲୱାମା ସହରରେ ଭାରତୀୟ ଯବାନ ପକ୍ଷରୁ ଏନକାଉଣ୍ଟର କରାଯାଇଛି । ଏଠାରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା । ପୂର୍ବରୁ ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ବିଷୟରେ ସୁରକ୍ଷା ବାହିନୀଙ୍କୁ ସୂଚନା ମିଳିଥିଲା । ଏନକାଉଣ୍ଟର ସ୍ଥାନରେ ବହୁ ସଂଖ୍ୟକ ସୁରକ୍ଷା କର୍ମୀ ଏବଂ ପୋଲିସ ନିୟୋଜିତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ଏହି ସୂଚନା ଦେଇଛି । ଏହାପୂର୍ବରୁ ଜୁଲାଇ ୮ରେ ପୁଲୱାମାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ ।
Jammu & Kashmir: Security personnel deployed in Pulwama town where an encounter broke out earlier today. Operation underway.
— ANI (@ANI) July 14, 2021
(Visuals deferred by unspecified time) pic.twitter.com/V4agNs0OeT
ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ କମାଣ୍ଡର ବୁରହାନ ୱାନିଙ୍କ ହତ୍ୟା ହେବାର ପାଞ୍ଚ ବର୍ଷ ପୂରିବାକୁ ଗୁରୁବାର ଦିନ ଉପତ୍ୟକାର କିଛି ଅଞ୍ଚଳ ବନ୍ଦ ରହିଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା । ସେହି ଦିନ ଜାମ୍ମୁ କାଶ୍ମୀରର କୁଲଗାମରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ । ନିହତ ଆତଙ୍କବାଦୀମାନେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଏବଂ କିଫାୟତ ରମଜାନ ସୋଫି ଏବଂ ଅଲ ବଦରର ଇନାୟତ ଅହମ୍ମଦ ଦାର ବୋଲି ଜଣାପଡିଛି।
