ବିଶିଷ୍ଟ ଐତିହାସିକ ଭୈରବୀ ପ୍ରସାଦ ସାହୁଙ୍କ ପରଲୋକ
ନୂଆଦିଲ୍ଲୀ : ଶିକ୍ଷାବିତ, ଐତିହାସିକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଡ. ଭୈରବୀ ପ୍ରସାଦ ସାହୁଙ୍କ ପରଲୋକ । ପରଲୋକ ବେଳେ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ସୂଚନା ଯେ, ୧୯୫୭ ମସିହା ମେ ୩୦ ତାରିଖରେ ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିବା ଭୈରବୀ ପ୍ରସାଦ ସାହୁ ୧୯୮୨ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ୧୯୯୮ରେ ସେ ପଦୋନ୍ନତି ପାଇ ଇତିହାସ ବିଭାଗର ପ୍ରଫେସର ହୋଇଥିଲେ । ପରେ ସେ ଇତିହାସ ବିଭାଗର ମୁଖ୍ୟ ଭାବେ ଦାୟିତ୍ଵ ତୁଲାଇଥିଲେ । ପ୍ରାଚୀନ ଭାରତର ବିଦ୍ୱାନ ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ସ୍ୱର୍ଗତ ଭୈରବୀ ସାହୁ ।
