ଓଡିଶା ରାଜ୍ୟ ଆଇନଜିବୀ ସଙ୍ଘ ଉପସଭାପତି ନିର୍ବାଚିତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ସଭାପତି ତଥା ବରିଷ୍ଠ ଆଡଭୋକେଟ ଧ୍ରୁବ ଚରଣ ଜେନା ଓଡିଶା ରାଜ୍ୟ ଆଇନଜିବୀ ସଙ୍ଘର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଗତ ଡିସେମ୍ବରମାସ ୩୦ତାରିଖରେ ଚଣ୍ଡିଖୋଲ ଠାରେ ଅନୁଷ୍ଠିତ ୫୧ତମ ନିଖିଳ ଓଡିଶା ରାଜ୍ୟ ଆଇନଜିବୀ ସଙ୍ଘର ସମ୍ମିଳନୀରେ ଆଡଭୋକେଟ ଶ୍ରୀ ଜେନାଙ୍କୁ ସର୍ବସମ୍ମତିକ୍ରମେ ସଙ୍ଘର ଉପସଭାପତି ଭାବେ ନିର୍ବାଚିତ କରାଯାଇଛି । ଆଡଭୋକେଟ ଶ୍ରୀ ଜେନା ସମସ୍ତ ଆଡଭୋକେଟମାନଙ୍କୁ କତଜ୍ଞତା ଜଣାଇବା ସହ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଛା ଜ୍ଞାପନ କରିଛନ୍ତି ।
