ଶିକ୍ଷାବିତ୍ଙ୍କ ପ୍ରତିମୂର୍ତ୍ତି ଅନାବରଣ
ଯାଜପୁର : ଦଶରଥପୁର ବ୍ଲକ ଅନ୍ତର୍ଗତ ଅହିୟାସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଅବରସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଖଗେଶ୍ୱର ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଫକିର ମୋହନ ବିଦ୍ୟାଳୟ ପକ୍ଷରୁ ପୂର୍ବତନ କୁଳପତି କୁମରବର ଦାସ ଯୋଗଦେଇ ଶିକ୍ଷାବିତ ସ୍ୱର୍ଗତ ଖଗେଶ୍ୱର ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରଧ୍ୟାପକ କୂଳମଣି ତ୍ରିପାଠୀ ନିଜ ବକ୍ତବ୍ୟରେ ସ୍ୱର୍ଗତ ଦାସଙ୍କ ବିଦ୍ୟାଳୟ ପ୍ରତିଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ପୂବତନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସାମଲ, ସୁକଦେବ ପାଣି, ରାଜେନ୍ଦ୍ର ନାରାୟଣ ତ୍ରିପାଠୀ ପ୍ରମୁଖଙ୍କୁ ଉତ୍ତରୀୟ ଓ ଉପଢ଼ୋକନ ସମେତ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
