କୋରଡ଼କଂଟାର ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଭୁବନେଶ୍ୱର କୋରଡ଼କଂଟାରେ ଏକ ଘରୁ ମହିଳାଙ୍କ ମୃତଦେହ ଠାବ ହୋଇଛି । ମେଂଚଶ୍ୱର ଥାନା ଅର୍ନ୍ତଗତ କୋରଡକଂଟା ଶିବ ମନ୍ଦିର ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ଘର ମଧ୍ୟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ନାଁ ସରିତା ନାୟକ ହୋଇଥିବା ବେଳେ ନୟାଗଡ଼ ବାଣୀଗୋଚ୍ଛା ଅଂଚଳରେ ତାଙ୍କ ଘର । ସ୍ୱାମୀ ଫେରାର ଥିବା ବେଳେ, ମହିଳାଙ୍କ ଭାଇକୁ ପଚରା ଉଚରା କରୁଛି ପୋଲିସ । ମୃତ ମହିଳା ଓ ତାଙ୍କ ସ୍ୱାମୀ କୋରଡ଼କଂଟା ଅଂଚଳରେ ଏକ ଘରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ ବୋଲି ଜଣାପଡିଛି । ପ୍ରାଥମିକ ଭାବେ ମହିଳାଙ୍କ ହତ୍ୟା କରଯାଇଥିବା ସନ୍ଦେହ କରାଯାଉଛି ।
