ସୋର ଉପେନ୍ଦ୍ରନାଥ ଜୁନିୟର କଲେଜରେ ଇକୋ କ୍ଲବର ସଚେତନତା ଶିବିର
ବାଲେଶ୍ବର : ସୋର ଉପେନ୍ଦ୍ରନାଥ ଜୁନିୟର କଲେଜ ପରିସରରେ ଜାତୀୟ ସବୁଜ ବାହିନୀ ଆନୁକୂଲ୍ୟରେ ଇକୋ କ୍ଲବର ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଲେଜର ଅଧକ୍ଷ ଡ. ସତ୍ୟବ୍ରତ ଦାସ ଉଦ୍ଘାଟନ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ବିଜ୍ଞାନ ଦର୍ଶନୀ ମହାପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରା୍ମାପିକା ଡ. କଳ୍ପନା କୁମାରୀ ମହାପାତ୍ର ଯୋଗଦେଇ ଜୈବ ବିବିଧତା,ପରିବେଶର ଅବକ୍ଷୟ ଓ ମାନବ ସମାଜର ଭବିଷ୍ୟତ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଧନ୍ଦା ମୂଳକ ଶିକ୍ଷା ବିଭାଗର ମୁଖ୍ୟ ଅ୍ମାପକ ସୁବ୍ରତ ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ପିଢ଼ିର ପରିବେଶ ରକ୍ଷା କର୍ତ୍ତା ରୂପେ ଅଭିହିତ କରିଥିଲେ । ଏହି ଶିବିରରେ କଲେଜର ୫୦ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅ୍ମାପିକା ସଂଯୁକ୍ତା ସାମଲ,ପ୍ରଭାଜ ରଞ୍ଜନ ଜେନା,ପ୍ରଶାନ୍ତ ବିଶ୍ୱାଳ,ରାଜେଶ ଦାସ, ନରେନ୍ଦ୍ର ମହାଳିକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରା୍ମାପକ ପଦ୍ମଲୋଚନ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।
