ପ୍ରତିଦିନ ଖାଆନ୍ତୁ ଗୋଟିଏ ନାସପାତି, ହ୍ରାସ ପାଇବ ଓଜନ
ପ୍ରତିଦିନ ଗୋଟିଏ ନାସପାତି ଖାଇଲେ ଓଜନ କମିଥାଏ । ଏହାକୁ ନିୟମିତ ବ୍ୟବହାର କଲେଶରୀରରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ମେଦ ହ୍ରାସ ପାଇଥାଏ । ନାସପାତି ଖାଇବା ଅଧିକ ଓଜନ ଲାଗି ଚିନ୍ତାରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ବେଶ୍ ଲାଭ ଦାୟକ ହେବ। ନିଜ ମୋଟାପଣ ଲାଗି ଦୁଃଚିନ୍ତାରେ ଥିବା ଲୋକମାନେ ପ୍ରତିଦିନ ନାସପାତି ଖାଇ ସେମାନଙ୍କ ଓଜନକୁ ୩୫ ପ୍ରତିଶତ ପର୍ଯ୍ୟନ୍ତ କମ କରିପାରିବେ। ବିଭିନ୍ନ ପ୍ରକାର ଔଷଧ ଖାଇ ଓ ଡାଏଟ୍ କରି ଓଜନ କମାଇବା ଅପେକ୍ଷା ସୁବିଧା ଓ ସୁଲଭ ଦରରେ ମିଳୁଥିବା ନାସପାତି ଲାଭଦାୟକ ହେବ ବୋଲି ଏହା ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନେ କହିଛନ୍ତି ।
ଲୁସିୟାନା ଷ୍ଟେଟ ୟୁନିଭର୍ସିଟି ଗବେଷକମାନେ ୨୦୦୧ ରୁ ୨୦୧୦ ମସିହା ମଧ୍ୟରେ କରିଥିବା ଗବେଷଣାରୁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ବିଶେଷ କରି ବୟସ୍କ ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା । ପ୍ରତିଦିନ ନାସପାତି ଖାଉଥିବା ବୟସ୍କ ଲୋକଙ୍କଖାଦ୍ୟ, ପଚନ, ପୋଷକ ତତ୍ତ୍ୱର ଗୁଣ ଓ ହୃଦ ସମ୍ପର୍କିତ ରୋଗର ବିଶ୍ଳେଷଣ କରାଯାଇଥିଲା । ଗବେଷଣା କରିଥିବା ଡାକ୍ତର କହିଛନ୍ତି, ନାସପାତିରେ ଶରୀରରେ ଓଜନ କମ୍ କରିବାର ଗୁଣ ରହିଛି । ନାସପାତିରେ ଫ୍ୟାଟ୍, କୋଲେଷ୍ଟରଲ୍ ଓ ସୋଡିୟମ୍ ଫ୍ରି ତତ୍ତ୍ୱ ରହିଛି । ଏହା ସହିତ ଏଥିରେ ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, କପର୍ ଓ ପୋଟାସିୟମ୍ ଭରପୂର ମାତ୍ରାରେ ରହିଛି । ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ପୂର୍ବରୁ ଜଣାଥିଲା । ଏବେ ନାସପାତି ଖାଇବା ଦ୍ୱାରା ଓଜନ କମିବା ଜଣାପଡିଛି । ନାସପାତି ଖାଇବା ଅଧିକ ଓଜନ ଲାଗି ଚିନ୍ତାରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ବେଶ୍ ଲାଭଦାୟକ ହେବ । ନିଜ ମୋଟାପଣ ଲାଗି ଦୁଃଚିନ୍ତାରେ ଥିବା ଲୋକମାନେ ପ୍ରତିଦିନ ନାସପାତି ଖାଇ ସେମାନଙ୍କ ଓଜନକୁ ୩୫ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିପାରିବେ । ବିଭିନ୍ନ ପ୍ରକାର ଔଷଧ ଖାଇ ଓ ଡାଏଟ୍ କରି ଓଜନ କମାଇବା ଅପେକ୍ଷା ସୁବିଧା ଓ ସୁଲଭ ଦରରେ ମିଳୁଥିବା ନାସପାତି ଲାଭଦାୟକ ହେବ ବୋଲି ଏହା ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନେ କହିଛନ୍ତି ।
