କୋରାଇ ଟ୍ରେନ୍ ଦୁର୍ଘଟଣା, ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କଲା ପୂର୍ବ ତଟ ରେଳବାଇ
ଭୁବନେଶ୍ୱର : ଯାଜପୁର ଜିଲ୍ଲା କୋରାଇ ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ପରେ ରେଳବାଇ ପକ୍ଷରୁ ଜାରି କରାଯାଇଛି ଜରୁରୀକାଳୀନ ହେଲ୍ପଲାଇନ ନମ୍ବର । କୋରାଇ ରେଳ ଷ୍ଟେସନ ପାଇଁ ୮୪୫୫୮୮୯୯୦୫ ନମ୍ବର ଜାରି କରାଯାଇଥିବାବେଳେ ଭୁବନେଶ୍ୱର ଷ୍ଟେସନ ପାଇଁ ୦୬୭୪-୨୫୩୪୦୨୦, ୦୬୭୪-୨୫୩୪୦୨୭ ଓ ଖୋର୍ଦ୍ଧା ରୋଡ୍ କଣ୍ଟ୍ରୋଲ ରୁମ୍ ପାଇଁ ୦୬୭୪-୨୪୯୨୨୪୫ ନମ୍ବର ଜାରି କରାଯାଇଛି ।
