ଭୂକମ୍ପରେ ଥରିଲା ଜାମ୍ମୁ କାଶ୍ମୀର
ଶ୍ରୀନଗର : ଭୂକମ୍ପରେ ଥରିଲା ଜାମ୍ମୁ କାଶ୍ମୀର । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଶନିବାର ସକାଳ ପ୍ରାୟ ୧୦ଟା ୧୪ ମିନିଟ୍ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଏହି ଅଘଟଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
ସୂଚନା ଯେ, ପୂର୍ବରୁ ଗତ ସୋମବାର ଜାମ୍ମୁ କାଶ୍ମୀରର ଲେହ ନିକଟରେ ଭୂକମ୍ପ ଝଟକା ଲାଗିଥିଲା । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଥିଲା। ଏହାପୂର୍ବରୁ ଅଗଷ୍ଟ ମାସ ଶେଷ ସପ୍ତାହରେ ଉଧମପୁର-କଟଡା ଅଞ୍ଚଳରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୩.୬ ଥିଲା।
