ଜମ୍ମୁ-କାଶ୍ମୀରରେ ପୁଣି ଭୂକମ୍ପ ଝଟକା
ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ପୁଣି ଭୂକମ୍ପ ଝଟକା । ଲଗାତର ଦ୍ୱିତୀୟ ଦିନ ଭୂକମ୍ପ ଅନୁଭୂତ ହୋଇଛି । ଗୁରୁବାର ଭୋର ୩ଟା ୨ ମିନିଟ ସମୟରେ ଜମ୍ମୁର କଟରାରୁ ୮୪ କିମି ପୂର୍ବରେ ଭୂକମ୍ପ ଝଟକା ଅନୁଭୂତ କରାଯାଇଛି । ନ୍ୟାସନାଲ୍ ସେଣ୍ଟର୍ ଫର୍ ସେସିମୋଲୋଜି ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର୍ ସ୍କେଲରେ ୩.୫ ମପାଯାଇଛି ।
ତେବେ ଏହି ଭୂକମ୍ପ କାରଣରୁ କୌଣସି କ୍ଷୟକ୍ଷତି ଘଟିନାହିଁ । ଏହା ପୂର୍ବରୁ ବୁଧବାର ଦିନ ମଧ୍ୟ ଭୂକମ୍ପ ଅନୁଭୂତ କରାଯାଇଥିଲା । ସକାଳ ପାଖାପାଖି ୫ଟା ୪୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର୍ ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଥିଲା ।
