ଜଳେଶ୍ୱରରେ ଖୋଲିଲା ‘ଇ-ଷ୍ଟୋର ଇଣ୍ଡିଆ’
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ପୌରାଞ୍ଚଳର ଷ୍ଟେସନବଜାର ବସ୍ଷ୍ଟାଣ୍ଡ ସମ୍ମୁଖରେ ‘ଇ-ଷ୍ଟୋର ଇଣ୍ଡିଆ’ ଓଡ଼ିଶାର ୧୨ତମ ବ୍ୟବସାୟିକ ଶାଖା ଲୋକାର୍ପିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜସେବୀ ସୁଷମା ଦାସ ଏହି ଷ୍ଟୋରକୁ ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ‘ଇ-ଷ୍ଟୋର ଇଣ୍ଡିଆ’ ସୁପର ମାର୍କେଟରେ ମୁଖ୍ୟତଃ ଭାବେ ଘରର ଅତ୍ୟାବଶ୍ୟକ ସାମଗ୍ରୀ ସୁଲଭ୍ୟ ମୂଲ୍ୟରେ ମିଳିଥାଏ ବୋଲି ପ୍ରକାଶ କରିଥିଲେ ।
ଲୋକାର୍ପଣ ସଭାରେ ଉଜଳା ରାଣୀ ଦାସ ଅଧ୍ୟକ୍ଷତା କରି ଏପରି ବ୍ୟବସାୟିକ ସଂସ୍ଥା ଆଗାମୀ ଦିନରେ ଜଳେଶ୍ୱର ବାସୀଙ୍କ ଇଚ୍ଛା ପୂରଣ କରିପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିଷ୍ଠାତା ସଦସ୍ୟ ସନ୍ତୋଷ କୁମାର ନନ୍ଦୀ ଯୋଗଦେଇ ପୁରୀ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଭଳି ସ୍ଥାନରେ ମୋଟ୍ ୧୨ଟି ଶାଖା ଖୋଲାଯାଇଥିବା ବେଳେ ଉପଭୋକ୍ତାମାନ ସିଧାସଳ ୩୩% ରିହାତି ପାଇପାରିବେ । ଏଥିସହିତ ପ୍ରତିମାସରେ ୨ଥର ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଔଷଧ ପ୍ରଦାନ କରାଯିବାର ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତପନ କୁମାର ଜେନା, ଶ୍ରବଣ କୁମାର ଶୁକ୍ଳା, ରଞ୍ଜନ କୁମାର ଦାସ, ସୁକାନ୍ତ ସାହୁ, କନକ ମଞ୍ଜରୀ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାସ, ସୀମା ଦାସ, ଅଙ୍କିତା ଦାସ, ଅବିନାଶ ଦାସ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ହୃଷିକେଶ ଦାସ ଧନ୍ୟବାଦ ଦେଇଥିଲେ ।

