ଗୋଆ ଗସ୍ତରେ ପ୍ରଧାନମନ୍ତ୍ରୀ, ‘ଅପରେସନ୍ ବିଜୟ’ର ଯୋଦ୍ଧାଙ୍କୁ କରିବେ ସମ୍ମାନିତ
ନୂଆଦିଲ୍ଲୀ : ଆଜି ଗୋଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଗୋଆ ସ୍ବତନ୍ତ୍ରତା ଦିବସ ପାଇଁ ଅପରାହ୍ନ ୩ଟାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଭାରତୀୟ ସଶସ୍ତ୍ର ବାହିନୀର ଗୋଆକୁ ପର୍ତ୍ତୁଗୀଜ୍ ଶାସନରୁ ମୁକ୍ତ କରିଥିବା ‘ଅପରେସନ୍ ବିଜୟ’ର ସଫଳତା ପାଇଁ ପ୍ରତିବର୍ଷ ଡିସେମ୍ବର ୧୯ରେ ଗୋଆ ଲିବରେସନ ଡେ ପାଳନ କରାଯାଏ । ଏହି କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀ ତଥା ‘ଅପରେସନ୍ ବିଜୟ’ର ଯୋଦ୍ଧାମାନଙ୍କୁ ସମ୍ମାନିତ କରିବେ ।
ଏହାସହିତ ଗୋଆରେ ୬୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଉଦଘାଟିତ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ପୁନଃବିକଶିତ ହୋଇଥିଲା ଆଗୁଆଡା ଦୁର୍ଗ ଜେଲ ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜରେ ସୁପର ସ୍ପେସିଆଲିଟି ବ୍ଲକ, ନୂଆ ଦକ୍ଷିଣ ଗୋଆ ଜିଲ୍ଲା ହସ୍ପିଟାଲ, ମୋପା ବିମାନବନ୍ଦରରେ ବିମାନ ଚଳାଚଳ ଦକ୍ଷତା ବିକାଶ କେନ୍ଦ୍ର ଏବଂ ମାର୍ଗୋଓର ଗ୍ୟାସ ଇନସୁଲେଟେଡ୍ ସବ ଷ୍ଟେସନ ସମେତ ପ୍ରଧାନମନ୍ତ୍ରୀ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ମୋଦି । ଏହାବାଦ୍ ଗୋଆରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟି ଅଫ୍ ଲିଗାଲ୍ ଏଜୁକେସନ୍ ଏବଂ ରିସର୍ଚ୍ଚର ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଟ୍ରଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଦେଶରେ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମେଡିକାଲ ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ ସାରା ଦେଶରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ କରିଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ୩୮୦ କୋଟି ବ୍ୟୟରେ ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସୁପର ସ୍ପେସିଆଲିଟି ବ୍ଲକକୁ ନିର୍ମାଣ କରାଯାଇଛି । ଏହି ହସ୍ପିଟାଲ ଆଞ୍ଜିଓପ୍ଲାଷ୍ଟି, ବାଇପାସ୍ ସର୍ଜରୀ, ଲିଭର ଟ୍ରାନ୍ସପ୍ଲାଣ୍ଟ, କିଡନୀ ଟ୍ରାନ୍ସପ୍ଲାଣ୍ଟ, ଡାୟଲିସିସ୍ ଇତ୍ୟାଦି ରୋଗ ପାଇଁ ବିଶେଷ ସେବା ଯୋଗାଇବ । ପାଖାପାଖି ୨୦୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନ୍ୟୁ ସାଉଥ ଗୋଆ ଜିଲ୍ଲା ହସ୍ପିଟାଲରେ ଆଧୁନିକ ଚିକିତ୍ସା ଭିତ୍ତିଭୂମି ସହିତ ୩୩ଟି ବିଶେଷ ଓପିଡି ସେବା, ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ୍ ଏବଂ ଲାବୋରେଟୋରୀ ସୁବିଧା ଏବଂ ଫିଜିଓଥେରାପି ଏବଂ ଅଡିଓମେଟ୍ରି ଭଳି ସେବା ରହିଛି ।
ସ୍ବଦେଶ ଦର୍ଶନ ଯୋଜନାରେ ୨୮ କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ ହୋଇଥିବା ଆଗୁଆଡା ଦୁର୍ଗ ଜେଲ ସଂଗ୍ରହାଳୟ ନିର୍ମିତ ହୋଇଛି । ଗୋଆ ସ୍ବତନ୍ତ୍ରତା ପୂର୍ବରୁ ଆଗୁଆଡା ଦୁର୍ଗ ସ୍ବାଧୀନତା ସଂଗ୍ରାମୀମାନଙ୍କୁ କାରାଗାରରେ ରଖିବା ଏବଂ ନିର୍ଯାତନା ଦେବାରେ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ସଂଗ୍ରହାଳୟକୁ ଗୋଆର ମୁକ୍ତି ପାଇଁ ସଂଗ୍ରାମ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ଏବଂ ବଳିଦାନକୁ ମନେପକାଇବା ପାଇଁ ସମର୍ପିତ କରାଯିବ ।
ସେହିପରି ୮.୫ କୋଟି ଟଙ୍କାରେ ମୋପା ବିମାନବନ୍ଦର ନିର୍ମିତ ହୋଇଛି । ଏହା ୧୬ଟି ବିଭାଗରେ ଚାକିରି କ୍ଷେତ୍ରରେ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ତାଲିମପ୍ରାପ୍ତ ବ୍ୟକ୍ତିମାନେ ମୋପା ବିମାନବନ୍ଦର ପ୍ରକଳ୍ପରେ କାର୍ଯ୍ୟକ୍ଷମ ହେବା ସହିତ ଭାରତ ତଥା ବିଦେଶର ଅନ୍ୟ ବିମାନବନ୍ଦରରେ ମଧ୍ୟ ଚାକିରି ସୁଯୋଗ ପାଇବେ । ମାର୍ଗାଓ ଠାରେ ଗ୍ୟାସ୍ ଇନସୁଲେଟେଡ୍ ସବଷ୍ଟେସନ୍ ଶକ୍ତି ମନ୍ତ୍ରଣାଳୟର ଇଣ୍ଟିଗ୍ରେଟେଡ୍ ପାୱାର୍ ଡେଭଲପମେଣ୍ଟ ସ୍କିମ୍ ଅଧୀନରେ ପ୍ରାୟ ୧୬କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହା ଡାଭୋରଲିମ୍, ନେସାଇ, ନାଭେଲିମ୍, ଆକ୍ୱେମ୍-ବାଇକ୍ସୋ ଏବଂ ତେଲୁଲିମର ଗାଁକୁ ସ୍ଥିର ବିଦ୍ୟୁତ୍ ଯୋଗାଣ କରିବ ।
