ମଦ୍ୟପ ଯୁବକର ଉନ୍ମତ କାଣ୍ଡ : ପୋଲିସକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମୁଣ୍ଡରେ ପିଟିପିଟି ଭାଙ୍ଗିଦେଲେ ଭ୍ୟାନ୍ର ଆଗ ଓ ସାଇଡ୍ କାଚ
ନୀଳଗିରି : ମଦ୍ୟପ ଯୁବକର ଉନ୍ମତ କାଣ୍ଡ । ନୀଳଗିରି ବଜାର ଉପରେ ବିଡିଓ ଓ ଥାନା ଗାଡ଼ିକୁ କଲେ ଭଙ୍ଗାରୁଜା । ଯୁବକ ମାଡ଼ରେ ଜଣେ ଏଏସ୍ଆଇ ଓ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି । ସେହିପରି ଲୋକଙ୍କ ମାଡ଼ରେ ଯୁବକ ଆହତ ହୋଇଛି । ଯୁବକକୁ କାବୁ କରି ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସୋମବାର ଅପରାହ୍ନ ୨ଟା ସମୟରେ ଦୁର୍ଗା ମଣ୍ଡପ ଠାରେ ଥିବା କାହାଳିଆ (ଚକ୍ରଧରପୁର ଶାସନ) ଗ୍ରାମର ସମୀର କୁମାର ପଣ୍ଡା (୩୫) ନିଜର ଏକ ଗ୍ରୋସରୀ ଦୋକାନରେ ନିଶାଗ୍ରସ୍ତ ହୋଇ ଉନ୍ମତ କାଣ୍ଡ କରିଛନ୍ତି । ସମୀର କୁମାର ପଣ୍ଡା ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ନୀଳଗିରି ଦୁର୍ଗାମଣ୍ଡପ ଠାରେ ପ୍ରଥମେ ନୀଳଗିରି ବିଡିଓଙ୍କ ସରକାରୀ ଗାଡ଼ିର ଆଗ କାଚକୁ ଭାଙ୍ଗି ଚୁରମାର କରିଥିଲା । ଏପରିକି ରାସ୍ତାରେ ଯାଉଥିବା ବାଇକ ଆରୋହୀଙ୍କୁ ପିଟାମରା କରିବା ସହ ବାଇକ୍ ଭଙ୍ଗାରୁଜା କରିଥିଲା । ସ୍ଥାନୀୟ ଲୋକେ ଅଟକାଇବାକୁ ଯାଉଥିବା ବେଳେ ସେମାନଙ୍କୁ ମଧ୍ୟ ରକ୍ତମୁଖା ଶ୍ରୀ ପଣ୍ଡା ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳକୁ ଆସିଥିବା ବେଳେ ସମୀର ପଣ୍ଡା ମଧ୍ୟ ପୋଲିସକୁ ଛାଡ଼ି ନ ଥିଲା । ପୋଲିସକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପୋଲିସ ଗାଡ଼ିକୁ ମୁଣ୍ଡରେ ପିଟିପିଟି ଆଗ ଓ ସାଇଡ୍ କାଚକୁ ଚୁରମାର କରିଥିଲା । ସମୀରର ଏପରି ଉନ୍ମତ କାଣ୍ଡ ଦେଖି ପୋଲିସ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲା । ଶେଷରେ ନୀଳଗିରି ଥାନାର ଏଏସ୍ଆଇ ଅନନ୍ତ ମୁର୍ମୁ ଓ ଚିତରଞ୍ଜନ ନାୟକଙ୍କୁ ମଧ୍ୟ ପିଟିଥିଲା । ସେମାନେ ଆହତ ହୋଇଥିବାର ଦେଖିବାକୁ ମିଳିଛି । ଶେଷରେ ନୀଳଗିରି ଥାନାର ଭାରପ୍ରାପ୍ତଥାନା ଅଧିକାରୀ ବିରଞ୍ôଚ ନାରାୟଣ ସାହୁ ସଦଳବଳେ ପହଞ୍ôଚ ସମୀରକୁ କାବୁ କରି ନୀଳଗିରି ମେଡ଼ିକାଲକୁ ଆଣି ଚିକିତ୍ସା କରିଛନ୍ତି ।
ସୂଚନା ଯେ, ନୀଳଗିରି ଅଞ୍ଚଳରେ ନିଶା କାରବାର ବଢ଼ିବାରେ ଲାଗିଚି । ଆଗାମୀ ଦିନରେ ଯଦି ପୋଲିସ ଏହା ଉପରେ ରୋକ ନ ଲଗାଏ ତେବେ ନୀଳଗିରିର ସ୍ଥିତି ଅସମ୍ଭାଳ ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।
