ପୁରୀ : ତପୋଭୂମି ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ ହୋଇଛି । ସୁସ୍ଥ ପରିବେଶ, ସୁନ୍ଦର ଭବିଷ୍ୟତ, ନିଶାମୁକ୍ତ ବିଦ୍ୟାର୍ଥୀ, ସାହି ଗଳିକନ୍ଦିକୁ ନିଶାମୁକ୍ତ କରିବା ପାଇଁ ଗିରଳ ଛକ ସ୍ଥିତ ଅନ୍ନପୂର୍ଣ୍ଣା ବନ ବିଦ୍ୟାଳୟର ଶିଶୁମାନେ ଏହି ଅଭିଯାନ ଆରମ୍ଭ କରିଛନ୍ତି । ତପୋଭୂମି ଟ୍ରଷ୍ଟ ପକ୍ଷରୁ ରମେଶ ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବଳରାମ ପଣ୍ଡା,ଭାସ୍କର ନାୟକ,ବଦ୍ରି ମିଶ୍ର,ମଧୁସୂଦନ ମିଶ୍ର,ମନୋରଞ୍ଜନ ମିଶ୍ର, ନବୀନ ଶତପଥୀ, ଉଷାରାଣୀ ନାୟକ,ଦେବୀପ୍ରପାଦ ରଥ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତି ଭାରତ ସମ୍ପର୍କରେ ବୁଝାଇଥିଲେ । ଅନୁଷ୍ଠାନର ସଂପାଦିକା ଚିତରୂପା ଷଡ଼ଙ୍ଗୀ,ବିଜୟୀ ଛାଟୋଇ,ଦୀପା ମିଶ୍ର,ମନୋଜ ଦଳେଇ, ହରିହର ସାହୁ, ବିଷ୍ଣୁ ରାଉତ, ମୁକ୍ତିମଣୀ ଜେନା, ସଙ୍ଗୀତା ନାୟକ, ଉପେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଭାରତରୁ ନିଶା ହଟାଇବା ପାଇଁ ଶପଥ ନେଇଥିଲେ ।
Post Views: 22,702