ଆବୁଧାବି ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ, ୩ ମୃତ, ମୃତକଙ୍କ ମଧ୍ୟରେ ୨ ଭାରତୀୟ
ଆବୁଧାବି : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବି ଆନ୍ତର୍ଜାତୀୟ ବିମାନ ବନନ୍ଦରେ ଡ୍ରୋନ ଆକ୍ରମଣ । ହାମଲାରେ ବିମାନ ବନ୍ଦର ପରିସରରେ ଥିବା ୩ ଟେଲ ଟ୍ୟାଙ୍କରରେ ବିସ୍ଫୋରଣରେ ଘଟିଛି । ଏଥିରେ ୩ ଜଣ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ସରକାରୀ ଭାବେ କିଛି ସୂଚନା ପ୍ରଦାନ କରାନାହାନ୍ତି ଆରବ ଏମରେଟ୍ସ କର୍ତ୍ତୁୃପକ୍ଷ । ମୃତକଙ୍କ ମଧ୍ୟରେ ୨ ଭାରତୀୟ ଥିବା ମଧ୍ୟ ସୂଚନା ରହିଛି । ୟେମେନର ଇରାନ ସମର୍ଥିତ ‘ହୁତି’ ବିଦ୍ରୋହୀ ଗୋଷ୍ଠୀ ଏହି ଆକ୍ରମଣ କରିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।
ପ୍ରାରମ୍ଭିକ ଅନୁସନ୍ଧାନରେ ଦୁର୍ଘଟଣା ସ୍ଥଳରୁ ଏକ ଛୋଟ ବିମାନର କିଛି ଅଂଶ ପରି ଭଗ୍ନାଂଶ ଦେଖିବାକୁ ମିଳିଛି । ତେଣୁ ଉଭୟ ସ୍ଥାନରେ ଏହି ଆକ୍ରମଣ ଡ୍ରୋନ ଯୋଗେ କରାଯାଇଥିବା ସନ୍ଦେହ କରାଯାଉଛି । କୌଣସି ବିଶେଷ କ୍ଷୟକ୍ଷତି ହୋଇ ନଥିବା ସ୍ଥାନୀୟ ପୋଲିସ କହିଥିବା ବେଳେ ଆରବର କିଛି ଗଣମାଧ୍ୟମ ଏଥିରେ ୨ ଭାରତୀୟଙ୍କ ସମେତ ଜଣେ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଥିବା ଖବର ପ୍ରଶାରଣ କରିଛନ୍ତି । ତେବେ ଏହି ଆକ୍ରମଣ ନେଇ ନିଜକୁ ଦାୟୀ କରିଛି ବିଦ୍ରୋହୀ ଗୋଷ୍ଠୀ ‘ହୁତି’ । ସଂଗଠନର ମୁଖପାତ୍ର କହିଛନ୍ତି, ଆବୁଧାବିରେ ଏକ ସାମରିକ ଅପରେସନ ଲଞ୍ଚ କରାଯାଇଛି, ଏବଂ କିଛି ଘଣ୍ଟା ମଧ୍ୟରେ ଏହା ଉପରେ ସ୍ପଷ୍ଟୀକରଣ ରଖାଯିବ । ଗତ କିଛି ଦିନ ହବ ଆରବ ଏମିରେଟ୍ସରେ ବିଦ୍ରୋହ ତେଜିବାରେ ଲାଗିଛି । ସାଉଦି ଆରବ ନେତୃତ୍ୱାଧୀନ ୟୁଏଇ ସମେତ ଅନ୍ୟ କିଛି ଏକ ସାମରିକ ମିଳିତ ମଞ୍ଚ ବିରୋଧରେ ୟେମେନର ହୁତି ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣ ଜାରି ରଖିଛି ।
