ପ୍ରତିଦିନ ପିଅନ୍ତୁ ରସୁଣ କ୍ଷୀର ? ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭ ଦାୟକ, ଜାଣନ୍ତୁ ତିଆରି କରିବାର ପ୍ରଣାଳୀ
କ୍ଷୀର ଆମ ଶରୀର ପାଇଁ ବହୁତ ଉପକାରୀ ଏହା ଆମେ ସମସ୍ତେ ଜାଣିଛୁ।ଯଦି ଏହି କ୍ଷୀର ସହିତ ଆମେ ଆଉ କିଛି ଉପକାରୀ ପଦାର୍ଥ ମିଶାଇ ଦେଉ ତେବେ ଏହା ଆମ ଶରୀର ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇପାରିବ।କ୍ଷୀର ପିଇବା ଦ୍ଵାରା ଆମ ଶରୀରର ହାଡ଼ ଶକ୍ତ ହୋଇଥାଏ କିନ୍ତୁ ସେହି କ୍ଷୀରରେ ଆମେ ଯଦି ରସୁଣ ମିଶାଇ ସେବନ କରିବା ତେବେ ଏହି କ୍ଷୀର ଆମ ଶରୀର ପାଇଁ ଦୁଇ ଗୁଣିତ ଲାଭବାନ ହୋଇପାରିବ।ଅନେକ ଲୋକ କ୍ଷୀର ପିଇବାକୁ ପସନ୍ଦ କରି ନଥାନ୍ତି।
ମାତ୍ର ସେମାନେ ଜାଣି ପାରନ୍ତି ନାହିଁ କି ସେମାନେ ଏପରି କରିବା ଦ୍ୱାରା ସେମାନଙ୍କ ଶରୀର ଏକ ବହୁତ ବଡ଼ ପୋଷକ ପଦାର୍ଥ ପାଇବାରୁ ବଞ୍ଚିତ ହେଉଛି।ତେବେ ଏହାକୁ ଆମେ କିପରି ସେବନ କରିବା ଚାଲନ୍ତୁ ଆଲୋଚନା କରିବା।ପ୍ରଥମେ ଏକ ଗ୍ଲାସ କ୍ଷୀରକୁ ଏକ ପାତ୍ରରେ ନେଇ କିଛି ସମୟ ପର୍ଯ୍ୟନ୍ତ ଗରମ କରିବା।ବର୍ତ୍ତମାନ ଏହି ଗରମ ହେଉଥିବା କ୍ଷୀରରେ ୨-୩ ପାଖୁଡ଼ା ରସୁଣ ଛେଚି ପକାଇ ଦେବା।ଏବେ ଆମେ ସେହି କ୍ଷୀରରେ ଅଳ୍ପ ପରିମାଣର ଚିନି କିମ୍ବା ମିଶ୍ରି ଗୁଣ୍ଡ ପକାଇବା।
ଯେଉଁ ବ୍ୟକ୍ତି ମାନଙ୍କୁ ମଧୁମେହ ଜନିତ ସମସ୍ୟା ରହିଛି,ସେହି ବ୍ୟକ୍ତି ମାନେ ଚିନି କିମ୍ବା ମିଶ୍ରିର ବ୍ୟବହାର କରନ୍ତୁ ନାହିଁ।ଏହା ସହିତ ଆମେ ସେହି କ୍ଷୀରକୁ ସେପର୍ଯ୍ୟନ୍ତ ଗରମ କରିବା ଯେପର୍ଯ୍ୟନ୍ତ ସେହି ଏକ ଗ୍ଲାସ କ୍ଷୀର ଫୁଟି ଫୁଟି ଅଧା ଗ୍ଲାସ ହୋଇ ନଯାଇଛି।ବର୍ତ୍ତମାନ ଏହାକୁ କାଢି କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଛାଡ଼ିଦେବା।ବର୍ତ୍ତମାନ ଏହା ପିଇବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଗଲା।ଏହା ଆମ ଶରୀରର ଅନେକ ପ୍ରକାରର ସମସ୍ୟା ଦୂର କରିଥାଏ।କ୍ଷୀରରେ ରସୁଣ ପକାଇ ପିଇବା ଦ୍ଵାରା ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ଆଜିକାଲି ପ୍ରାୟତଃ ସମସ୍ତଙ୍କର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖାଯାଉଛି।ସେହି ବ୍ୟକ୍ତି ମାନେ ଏହାକୁ ବ୍ୟବହାର କରିବା ଫଳରେ ସେମାନଙ୍କର ଏହି ସମସ୍ୟା ଅଳ୍ପ କିଛି ଦିନ ମଧ୍ୟରେ ଠିକ ହୋଇ ଯିବାର ଅନେକ ସମ୍ଭାବନା ରହିଛି।ରସୁଣ ଆମ ଶରୀର ପାଇଁ ଏକ ଔଷଧ ସହିତ ସମାନ।ଏଥିରେ ଥିବା ପୋଷାକ ତତ୍ତ୍ଵ ଆମ ଶରୀରର ଶ୍ୱାସ ଜନିତ ସମସ୍ତ ସମସ୍ୟା ଦୂର କରିଥାଏ।ଏହା ସହିତ ଏହା ଆମ ଶରୀରର ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଫଳରେ ଆମକୁ କୌଣସି ମଧ୍ୟ ହୃଦ ଜନିତ ସମସ୍ୟାର ଶିକାର ହେବାକୁ ପଡେନାହିଁ।
ଏହି କ୍ଷୀରକୁ ପିଇବା ଫଳରେ ଛୋଟ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।ଏହା ଆମ ଶରୀରକୁ ଅନେକ ରୋଗ ସହ ଲଢିବା ପାଇଁ ଶକ୍ତି ଯୋଗାଇଥାଏ।ଏହାକୁ ବ୍ୟବହାର କରିବା ଫଳରେ ଆମ ମୁଖରେ ହେଉଥିବା ବ୍ରଣ ଜନିତ ସମସ୍ତ ସମସ୍ୟା ଦୂର ହୋଇଯାଏ।ଏହାକୁ ପିଇବା ଦ୍ଵାରା ଆମ ଶରୀରର ପାଚନ ତନ୍ତ୍ର ସଠିକ ରୂପରେ କାର୍ଯ୍ୟ କରିଥାଏ।ଫଳରେ ଆମର ଖାଦ୍ୟ ସଠିକ ରୂପରେ ହଜମ ହୋଇଥାଏ ଓ ଆମର ପେଟ ସହ ଜଡ଼ିତ କୌଣସି ସମସ୍ୟା ଦେଖାଯାଏ ନାହିଁ।
