ବାଲେଶ୍ୱର : ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର ଜିଲ୍ଲାକୁ ନେଇ ଜୋନସ୍ତରୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା, ୨୦୨୨ ବାଲେଶ୍ୱର ସ୍ଥିତ ଜିଲ୍ଲା ସ୍କୁଲ ପ୍ରାଙ୍ଗଣରେ ଅକ୍ଟୋବର ୧୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି I ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିôକାରୀ ନବ କିଶୋର ଗିିରିଙ୍କ ମାର୍ଗଦର୍ଶନରେ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ରୁକମଣି ମହାନ୍ତ ଓ ଶିକ୍ଷକ ସତ୍ୟରଞ୍ଜନ ମହାକୁଡଙ୍କ ନେତୃତ୍ୱରେ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ପେଡିଆବେଡା ସ୍ଥିତ ନିଶାପୋଷି ଗ୍ରାମର ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୋନସ୍ତରୀୟ ଅନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ବାଳିକା ବିଭାଗରେ ୧ମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ଅଂଶଗ୍ରହଣ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ସେହିପରି ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ସୋନାଲି ପରିଡାଙ୍କ ନେତୃତ୍ୱରେ ବାରିପଦାସ୍ଥିତ ଏମ୍.କେ.୍ସି. ସରକାରୀ ଉଚ୍ଚ ବିଦ୍ୟାଳୟ ଜୋନସ୍ତରୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେଇ ବାଳକ ବିଭାଗରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ।
Post Views: 32,611