ଡା. ପ୍ରବୋଧ ଭୂୟାଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥିତ ଲକି ଇଣ୍ଟରନ୍ୟାସନାଲ ପରିସରରେ ବୁଧବାର ଜନପ୍ରିୟ ଡା. ପ୍ରବେଧା ଚନ୍ଦ୍ର ଭୂୟାଁଙ୍କ ଶ୍ରାଦ୍ଧ ଦିବସ ଆୟୋଜିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଡା. ଭୂୟାଁଙ୍କ ସେବା ଓ ସାଧନାର ସୁଦୀର୍ଘ ଜୀବନ ସମ୍ପର୍କରେ ଉଚ୍ଚ ପ୍ରଶଂସା କରିଥିଲେ ।

ଆୟୋଜିତ ସଭାରେ ଡା. ଅରବିନ୍ଦ ଗିରି ଅଧ୍ୟକ୍ଷତା କରିଥିଲେ । ଡା. ଆନନ୍ଦ ପତି. ଡା. ପୂର୍ଣ୍ଣଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଗୋପନାରାୟଣ ଦାସ, ପ୍ରଫେସର ଅମରେନ୍ଦ୍ର ଲାଲ ଦତ୍ତ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ଡା. ଭୂୟାଁଙ୍କୁ ଜଣେ ସତ୍ୟନିଷ୍ଠ ସେବକ ଭାବେ ବର୍ଣ୍ଣନା କରି ଆଜିର ଚିକିତ୍ସକମାନଙ୍କ ପାଇଁ ସେ ଏକ ପ୍ରେରଣାର ଉତ୍ସ ବୋଲି କହିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସ ଆଚାର୍ଯ୍ୟ ଯୋଗଦେଇ ଡା. ଭୂୟାଁଙ୍କ ସେବା ଓ ସାଧନାର ଆଦର୍ଶକୁ ଉତ୍ତରପିଢ଼ି ଅନୁସରଣ କଲେ ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ଏହି ଅବସରରେ ଡା. ଭୂୟାଁଙ୍କ ପତ୍ନୀ ଡା. ସୁଖଦା ଦାସଙ୍କ ପକ୍ଷରୁ ‘ପ୍ରବୋଧାଲୋକ’ ନାମରେ ଏକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ବୀରକିଶୋର ସାହାଣୀ, ଲାଇଜୁ ମିଶ୍ର, ସୁରେଶ ବେହେରା, ସୁଲେଖା ମିତ୍ର, ସୁନନ୍ଦା ଦାସ, ଡା. ମୀରା ପତି, ପ୍ରଫେସର ଡା. ସୁଶୀଲ ପଟ୍ଟନାୟକ ପ୍ରମୁଖ ଶତାଧିକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।
