ଆଇଆଇଆଇଟିର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଡ. ଆଶିଷ ଘୋଷ
ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଇନଫର୍ମେସନ ଟେକ୍ନୋଲୋଜି (ଆଇଆଇଆଇଟି)ର ନୂଆ ନିର୍ଦ୍ଦେଶକ ଭାବେ ଡ. ଆଶିଷ ଘୋଷଙ୍କୁ ନିଯୁକ୍ତି ଦିଆଯାଇଛି।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଡକ୍ଟର ଆଶିଷ ଘୋଷଙ୍କୁ ଆଇଆଇଆଇଟିର ନିର୍ଦ୍ଦେଶକ ଭାବେ ୫ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ଡ. ଘୋଷ କୋଲକାତା ସ୍ଥିତ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ ଟେକ୍ନୋଲୋଜି ଇନୋଭେସନ ହବ୍ ରେ ପ୍ରଫେସର ଓ ପ୍ରକଳ୍ପ ନିର୍ଦ୍ଦେଶକ ଅଛନ୍ତି।
